ନବୀନ ଜନତା ଦଳ କଲେ ଭଲ ହେବ : ନିରଂଜନ

Sep 15, 2018 - 18:46
 159
ନବୀନ ଜନତା ଦଳ କଲେ ଭଲ ହେବ : ନିରଂଜନ
ଭୁବନେଶ୍ୱର, ୧୫/୯ (ସକାଳଖବର):ବିଜେଡି ଦୀର୍ଘ ୧୯ ବର୍ଷ ଧରି ବିଜୁ ବାବୁଙ୍କ ନାମରେ ଚାଲିଛି । ବର୍ତମାନ ଦଳର ତୁଙ୍ଗ ନେତା ଡା. ଦାମୋଦର ରାଉତଙ୍କୁ ଦଳରୁ ବିଦା କରିଦିଆଯିବା ପରେ ଏହି ଦଳରେ ଆଉ କେହି ବିଜୁ ବାବୁଙ୍କର ଅନ୍ଧ ସମର୍ଥକ ନାହାନ୍ତି । ବିଜୁ ବାବୁଙ୍କର ନାମ କୁ ଉଠାଇ ଦେଇ ନବୀନ ଜନତା ଦଳ କଲେ ଭଲ ହେବ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଚାରା ଦୁର୍ନୀତି , ଓମଫେଡ୍ ଜରି, ସମବାୟ ବିଭାଗରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଦାମ ବାବୁ କହିଛନ୍ତି । ସେପରି କ୍ଷେତ୍ରରେ ଅଭିଯୋଗ ଗୁଡିକ ହାସ୍ୟାସ୍ପଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାହା ଉପରେ ତଦନ୍ତ କଣ ପାଇଁ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।