ମୟୂରଭଞ୍ଜ ବିଜୁ ଯୁବ ଜନତା ଦଳର ଗୁରୁତ୍ୱପୂର୍ଣର୍ ବୈଠକ

Feb 25, 2019 - 18:44
 141
ବାରିପଦା, ୨୫/୨(ସକାଳଖବର): ଅଗାକୁ ୨୦୧୯ ସାଧାରଣ ନିର୍ବାଚନ । ଏବେ ଠାରୁ ବିଜେଡି ସଜବାଜ ଆରମ୍ଭ କରିଛି । ଆସନ୍ତା ସାଧାରଣ ନିର୍ବାଚନ ପ୍ରଚାରରେ ବିଜୁ ଯୁବ ଜନତା ଦଳ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବ ସେ ସମ୍ପର୍କରେ ବିଜେଡି କାର୍ଯ୍ୟାଳୟ ପରିସରରେ ବିଜେଡି ଯୁବ ଜନତା ଦଳର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ. ଆରୁଣ ସାହୁ ଯୋଗ ଦେଇ ବିଜୁ ଯୁବ ଜନତା ଦଳର କାର୍ଯ୍ୟକର୍ତା ମାନଙ୍କୁ ଗୁରୁମନ୍ତ୍ର ଫୁଙ୍କିଥିଲେ । ତେବେ ବିଶେଷ କରି ଏହି ସାଧାରଣ ନିର୍ବାଚନରେ ଜିଲ୍ଲାର ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ହେବା ଥିବା ନିର୍ବାଚନରେ ବିଜୁ ଯୁବ ଜନତା ଦଳର କିଭଳି ଭାବେ ଦାୟିତ୍ୱ ରହିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତ ବୁଥ ସ୍ତରରୁ ଆରମ୍ଭ କରି ୱାର୍ଡ ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଜଳ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ଦଳକୁ ଅଧିକ ଶକ୍ତିଶାଳୀ କରି ଗଢ଼ି ତୋଳିବା ସହ ବିଧାୟକ ଏବଂ ସାଂସଦଙ୍କୁ ଜିତାଇବା କ୍ଷେତ୍ରରେ ମୂଖ୍ୟ ଭୂମିକା ଲିଭାଇବ । ବିଜୁ ଯୁବ ଜନତା ଦଳ ସଙ୍ଗଠନକୁ ଏବେଠାରୁ ତୃଣମୂଳସ୍ତରରୁ ମଜବୁତ କରି ଲୋକମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପହଁଚାଇବା ସହ ପ୍ରତି ବୁଥ ସ୍ତରରେ ଲୋକମାନଙ୍କ ସମସ୍ୟାକୁ ଆବଶ୍ୟକ ସ୍ଥଳେ ପୂରଣ କରିବା ଆଦି ବିଭିନ୍ନ ଦିଗରେ କାର୍ଯ୍ୟ କରିବ ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ ବୈଠକ ପ୍ରାରମ୍ଭରେ ଗତ ଫେବୃଆରୀ ୧୪ କାଶ୍ମୀର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ଉଦେ୍ଧଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବାରିପଦା ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ବାରିପଦା ବ୍ଲକ ସଭାପତି ସୁମନ୍ତ ବେହେରା, କପ୍ତିପଦା ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ, ବାଙ୍ଗିରିପୋଷୀ ବ୍ଲକ ସଭାପତି ଭାସ୍କାର ମହାନ୍ତ, କୁଳିଅଣା ବ୍ଲକ ସଭାପତି ଦୁଷ୍ମନ୍ତ ମାର୍ଣ୍ଡି, ରାସଗୋବିନ୍ଦପୁର ବ୍ଲକ ସଭାପତି ହେମନ୍ତ ରାଉତ, ମୋରଡା ବ୍ଲକ ସଭାପତି ରବୀନ୍ଦ୍ର ମହାନ୍ତି, ଶାମାଖୁଂଟା ବ୍ଲକ ସଭାପତି ରଜନୀ ମହାନ୍ତ, ଜିବିନଗର ବ୍ଲକ ସଭାପତି ରଞ୍ଜନ ମହାନ୍ତି, ଶୁଳିଆପଦା ବ୍ଲକ ସଭାପତି ତରୁଣ ମହାପାତ୍ର, ଉଦଳା ବ୍ଲକ ସଭାପତି ଥୁମ୍ପୁ ମୁର୍ମୁ ପ୍ରୁମଖଙ୍କ ସହ ଜିଲ୍ଲା ଉପସଭାପତି ସରୋଜ ବୋଷ,ଭାନୁ ପ୍ରକାଶ ବେହେରା, ଦୁଲାଲ ସୋରେନ, ଭାବନୀ ମିଶ୍ର, ଉତମ ଦାସ, ମଂଟୁ ପତି, ତପୁ ଷଡଙ୍ଗୀ, ଭାଗିରଥି ଦେହୁରୀ, ଅନିରୁଦ୍ଧ ଭଞ୍ଜଦେଓ, ସମ୍ପାଦକ ରାଜେନ୍ଦ୍ର ବାରିକ, ପ୍ରଦୀପ ଦାସ, ବେଣୁଧର ମହାନ୍ତ, ଅନୁରାଧା ସୋରେନ, ମନୋଜ କୁମାର ସାହୁ, ସନ୍ଦୀପ ବସା, ରତ୍ନାକର ବେହେରା, ବିରଂଚି ମହାପାତ୍ର, ସରୋଜ ମହାକୁଢ଼, ଆରୁଣ ବରାଢ଼, ବିଜୁ ଛାତ୍ର ଜନତା ସଭାପତି ଅଭୟ ସିଂ, ବିଜେଡି ଜିଲ୍ଲା ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖଙ୍କ ସହ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।