ଚର୍ଚ୍ଚାରେ ବାରିପଦା ଆସନ

Feb 25, 2019 - 18:45
 280
ବାରିପଦା, ୨୫/୨(ସକାଳଖବର): ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ବାରିପଦା ପୌରପରିଷଦ, ବାରିପଦା, ଖୁଂଟ ବ୍ଲକ ସହ ବଡ଼ସାହି ବ୍ଲକର ୯ଟି ପଂଚାୟତକୁ ନେଇ ଏହା ଗଠିତ ହୋଇଥିବା ବେଳେ ଗତ ଜାନୁଆରୀ ୨୧ ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ମୋଟ ୨,୨୦୦୯ ବିଧାନସଭା ନିର୍ବାଚନ ସମୟରୁ ଏହା ବିଜଦ ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ଦଖଲରେ ରହିଆସିଛି । ଭାଜପା, କଂଗ୍ରେସ ଓ ଝାମୁମୋ ଦଳ ସେମାନଙ୍କ ପ୍ରାର୍ଥୀ ପରିବର୍ତନ କରିଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ । ଉକ୍ତ ଦୁଇଟି ଟର୍ମରେ ସାନନ୍ଦ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଆସନ ଅଳଙ୍କୃତ କରି ବିଧାନସଭାରେ ନୂତନ ରେକଡର଼୍ କରିବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ବାନ୍ଧି ହୋଇଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା କ୍ଷେତ୍ରରେ କୌଣସି ପରିବର୍ତନ ପରିଲକ୍ଷିତ ହୋଇପାରି ନାହିଁ । ଜିଲ୍ଲାରେ ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଜଦର ବିଧାୟକମାନଙ୍କ ଲୋକପ୍ରିୟତାର ଟିଆରପି ହ୍ରାସ ପାଇଥିବା ବେଳେ ୨୦୧୯ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାନନ୍ଦ ପ୍ରତିପକ୍ଷ ଦଳ ପ୍ରତି ଭାରି ପଡ଼ିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାନନ୍ଦଙ୍କ ସାଙ୍ଗଠନିକ ଦକ୍ଷତା, ଶାନ୍ତ, ସରଳ ଓ ମେଳାପି ଗୁଣବତା ତାଙ୍କୁ ସଫଳତାର ଶିଖରରେ ପହଁଚାଇ ଦେଇଥିବା ସହ ମୟୂରଭଞ୍ଜ ଜିଲ୍ଲାରେ ଜଣେ ନିର୍ବିବାଦୀୟ ନେତା ଭାବେ ଜନସାଧାରଣଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ବାରିପଦା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଏହି ସଫଳତା ଅର୍ଜନ କରିଥିବାର କୁହାଯାଉଛି । ଭୂମିହୀନ ବସ୍ତିବାସିନ୍ଦାମାନଙ୍କୁ ରାଜ୍ୟ ସରକାରଙ୍କ ଭୂମିହୀନ ବସ୍ତିବାସିନ୍ଦା ଯୋଜନାରେ ସାମିଲ କରାଇ ସ୍ଥାୟୀ ଜମି ପଟ୍ଟା ସହ ବିଜୁ ପକ୍କାଘର ପ୍ରଦାନ, ଖାଦ୍ୟ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗମାନଙ୍କ ନିମନ୍ତେ ଭତା ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରାଇବା, କାଳିଆ ଯୋଜନାରେ କୃଷକମାନଙ୍କୁ ଯୋଡ଼ିହେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଜନସାଧାରଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଗମନାଗମନର ସୁବିଧା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଇବା, ନଦୀ ଓ ନାଳ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଇବା, ଯୁବକମାନଙ୍କ ନିମନ୍ତେ କମୁ୍ୟନିଟି ସେଂଟର ଆଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସିଧାସଳଖ ଭାବେ ଜନସାଧାରଣଙ୍କ ନିକଟରେ ପହଁଚାଇବା ଉପରେ ଗୁତୁତ୍ୱାରୋପ ଦେଇ କାର୍ଯ୍ୟ କରିଆସୁଛନ୍ତି । ସେହିପରି ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବାରିପଦା ଆର୍ବାନ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରାଇବା , ବନ୍ଦ ହେବାକୁ ବସିଥିବା ବାରିପଦା ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାର ହାତକୁ ନେବା, ତାଲା ଝୁଲୁଥିବା ବାରିପଦା ନିକୋ କେବୁଲ କାରଖାନାକୁ ପୁଣି ଉପôାଦନ କ୍ଷମ କରାଇବା, ବାରିପଦା ସହରକୁ ବନ୍ୟାଦାଉରୁ ରକ୍ଷା କରାଇବା ନିମନ୍ତେ ଆଡ଼ିବନ୍ଧ(ରିଂ ରୋଡ଼) ନିର୍ମାଣ ଆଦି ମୁଖ୍ୟମନ୍ତ୍ରୀ ନବୀନ ଙ୍କର ଘୋଷଣା, ମୟୂରଭଞ୍ଜ ଏକ ଆଦିବାସି ବହୁଳ ଜିଲ୍ଲା ହୋଇଥିବାରୁ ବାରିପଦା ପୌରପରିଷଦ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ମହିଷିମାନଙ୍କର ପ୍ରତିମୂର୍ତିି ସ୍ଥାପନ, ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସୁପାରିଶ, ପଛରେ ପଡ଼ିଥିବା କୁଡ଼ୁମୀ ସମ୍ପ୍ରଦାୟର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ କୁଡ଼ୁମୀ ପରିଷଦ ଗଠନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ଆଦି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହିପରି ତାଙ୍କର ମିଶନ ୬୦ ମାଧ୍ୟମରେ ଆହୁରି ନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ ତାହା ଅଧୁରା ହୋଇ ରହିଯାଇଛି ।