ବିଦୁ୍ୟତ୍ ଆଘାତରେ ମାଈ ହାତୀର ମୃତୁ୍ୟ ସନେ୍ଦହ

Mar 28, 2019 - 05:09
 142
ବିଦୁ୍ୟତ୍ ଆଘାତରେ ମାଈ ହାତୀର ମୃତୁ୍ୟ ସନେ୍ଦହ
ବାରିପଦା,୨୭/୩(ସକାଳଖବର): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତଟନୀ ରେଞ୍ଜ ଅସନବଣି ନିକଟସ୍ଥ ଧାନଶୋଳ ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ମରିପଡ଼ିଥିବାର ସ୍ଥାନୀୟ କିଛି ଲୋକ ଆଜି ସକାଳ ସମୟରେ ଜଙ୍ଗଲକୁ ଯାଇଥିବା ବେଳେ ଦେଖିବାକୁ ପାଇ ବନ ବିଭାଗକୁ ଜଣାଇଥିଲେ । ଖବରପାଇ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ରେଞ୍ଜ ଅଧିକାରୀ ଶ୍ରୀସିଂଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ଝାଡ଼ଖଣ୍ଡ ରାଜ୍ୟରୁ ବେତନଟୀ ରେଞ୍ଜ ମଧ୍ୟକୁ ଏକ ହାତୀ ପଲ ପଶିଆସିଥିଲେ । ମୃତ ମାଈ ହାତୀ ସେହି ଝାଡ଼ଖଣ୍ଡି ହାତୀ ପଲରୁ ଗୋଟାଏ ଏବଂ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ହୋଇଥିବାର ଅନୁମାନ କରାଯାଇଥିବା ବେଳେ ଉପର ଦେଇ ଯାଇଥିବା ବିଦୁ୍ୟତ୍ ତାର ସଂସ୍ଫର୍ଶରେ ଆସି ମୃତୁ୍ୟ ହୋଇଥିବାର ସନେ୍ଦହ କରାଯାଇଛି । ଏଥି ସହିତ ମୃତ ହାତୀକୁ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି ବୋଲି କହିଥିଲେ । ତେବେ ହାତୀଟି ପ୍ରାୟ ୪/୫ ଦିନ ପୂର୍ବରୁ ମରିଥିବାର ସନେ୍ଦହ କରାଯାଉଛି । କିନ୍ତୁ, ବନ ବିଭାଗ ନିକଟରେ ଏହାର ଖବର କିପରି ନଥିଲା ବୋଲି ପ୍ରଶ୍ନ ଉଠିଛି । ହାତୀ ଆସିବା ମାତ୍ରେ ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖାଯାଇଥାଏ । ସେହିପରି ବିଦୁ୍ୟତ୍ ତାର ଭୂପୃଷ୍ଠରୁ ୧୮ ଫୁଟ ଉଚ୍ଚରେ ରହିବାର ନିୟମ ରହିଥିବା ବେଳେ ଏଠାରେ ତାର ତଳକୁ ଉହଳି ଆସିଥିବାର ଅଭିଯୋଗ ହେଉଛି । ତେଣୁ ହାତୀର ମୃତୁ୍ୟ ନିମନ୍ତେ ଉଭୟ ବନ ବିଭାଗ ଓ ବିଦୁ୍ୟତ୍ ବିଭାଗର ଅବହେଳାକୁ ଦାୟୀ କରାଯାଇଛି ଏବଂ ଏହାର ନିରପେକ୍ଷ ତଦନ୍ତ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସାଧାରଣରେ ଦାବି ହୋଇଛି ।