ଆଜି ରାଜ୍ୟରେ ୨୨୧ କରୋନା ପଜିଟିଭ୍ ଚିହ୍ନଟ

Dec 29, 2021 - 05:26
 66
ଆଜି ରାଜ୍ୟରେ ୨୨୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୬ ରହିଥିବାବେଳେ ଆଜି ରାଜ୍ୟରେ ୨୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱରେଣ୍ଟାଇନ୍ ସେଣ୍ଟରରୁ ୧୨୯ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୯୨ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୪ଜଣ ଛୁଆ ରହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୮ଜଣ, ବାଲେଶ୍ୱରରୁ ୮, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୧୫, ଢେଙ୍କାନାଳରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୫, ଯାଜପୁରରୁ ୬, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୮, ନୟାଗଡରୁ ୩, ନୂଆପଡାରେ ୧, ପୁରୀରୁ ୬, ରାୟଗଡାରୁ ୧, ସମ୍ବଲପୁରରୁ ୨୧, ସୋନପୁରରୁ ୧, ସୁନ୍ଦରଗଡରୁ ୭ ଓ ରାଜ୍ୟପୁଲରୁ ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୧୦ଲକ୍ଷ ୫୪ହଜାର ୩୮୧କୁ ବୃଦ୍ଧି ପାଇଛି ।