ପୋଡିହୋଇ ନାବାଳିକା ମୃତ

Jul 3, 2018 - 14:21
 137
ଆନନ୍ଦପୁର,୩/୭ (ସକାଳଖବର)- ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁର ବଙ୍ଗାଳିସାହିରେ ଜଣେ ନାବାଳିକା ପୋଡିହୋଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ନାବାଳିକାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଶରୀରର ୮୦ ପ୍ରତିଶତ ପୋଡି ହୋଇଯାଇଥିବାରୁ ଅଧିକ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ଫକୀରପୁର ବଙ୍ଗାଳିସାହିର ରାଜଗୋପାଳ ସୁରଙ୍କ ବଡ ଝିଅ ସ୍ୱର୍ଣ୍ଣପ୍ରଭା ସୁର(୧୫) ଘରେ ଏକାକୀ ଥିବା ସମୟରେ ଘର ଭିତରୁ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଧୁଆଁ ବାହାରୁଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଯାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ୱର୍ଣ୍ଣପ୍ରଭାଙ୍କୁ ଉଦ୍ଧାର କରି ନିଆଁକୁ ଆୟତ କରିଥିଲେ । ଗୁରୁତର ଅବସ୍ଥାରେ ଆନନ୍ଦପୁର ଚିକିତ୍ସାଳୟରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ରାସ୍ତାରେ ସ୍ୱର୍ଣ୍ଣପ୍ରଭାଙ୍କର ମୃତୁ୍ୟ ଘଟିଥିଲା ।