ବାଘୁଣୀ ଆକ୍ରମଣ ଘଟଣାରେ ୧୯ ଗିରଫ

Oct 24, 2018 - 18:52
 190
ବାଘୁଣୀ ଆକ୍ରମଣ ଘଟଣାରେ  ୧୯ ଗିରଫ
ଅନୁଗୋଳ,୨୪/୧୦ (ସକାଳଖବର): ବାଘୁଣୀ ସୁନ୍ଦରୀକୁ ନେଇ କଞ୍ଜରା ମୁଣ୍ଡାସାହି ଠାରେ ଘଟିଥିଲା ଲଙ୍କାକାଣ୍ଡ । ଆଉ ଜନତା ଓ ପୋଲିସ ମଧ୍ୟରେ ଲାଗିଥିଲା ସଂଘର୍ଷ । ତେବେ ଏହି ଘଟଣାରେ ସଂପୃକ୍ତ ଆନେ୍ଦାଳନକାରୀଙ୍କ ମଧ୍ୟରୁ ଜରପଡ଼ା ପୋଲିସ ଆଜି ଓଗି ଗାଁର ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଗତ ରବିବାର ଦିନ ବାଘୁଣୀ ସୁନ୍ଦରୀ ଟାଇଁସି ଗାଁର ତ୍ରୀନାଥ ସାହୁ ନାମକ ଜଣେ ଚାଷୀକୁ ଆକ୍ରମଣ କରିଥିଲା । ଯଦ୍ୱାରା ତାଙ୍କର ମୃତ୍ୟୁପରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ୫୫ ନମ୍ବର ଜାତୀୟ ରାଜପଥ କଞ୍ଜରା ମୁଣ୍ଡାସାହିଠାରେ ମୃତ ଶରୀର ରଖି ରସ୍ତାରୋକ କରିଥିଲେ । ଏବଂ ପୋଲିସ ଗାଡ଼ି ଛାଡ଼ିବାକୁ ନେଇ ଆନେ୍ଦାଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଫଳରେ ପୋଲିସ ଲାଠିମାଡ଼ କରିଥିବା ବେଳେ ଉତ୍ତ୍ୟକ୍ତ ଲୋକ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି୍ଥିଲା । ତେବେ ଏହି ମାମଲାରେ ଆଜି ଓଗି ଗାଁର ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।