ଜିଲା ଭିଜିଲାନ୍ସ ମନିଟରିଂ ସଭ୍ୟାଙ୍କ ଘରେ ଭିଜିଲାନ୍ସ ଚଢାଓ
ଭଦ୍ରକ, ୩୦/୮(ସକାଳଖବର): ଭଦ୍ରକ ଜିଲା ଭିଜିଲାନ୍ସ ମନିଟରିଂ କମିଟି ସଭ୍ୟା ଶ୍ରୀମତୀ ସଂଗୀତା ଖଣ୍ଡେଇଙ୍କ ଘରେ ଆଜି ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢାଓ କରାଯାଇଛି । ଭିଜିଲାନ୍ସ କମିଟି ସଦସ୍ୟା ଥାଇ ଶ୍ରୀମତୀ ଖଣ୍ଡାଇ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ଗ୍ରାମପଂଚାୟତ ସରପଂଚ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ସ୍ୱାମୀ ତେସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଥିବାରୁ ତାଙ୍କ ସମିତି କାର୍ଯ୍ୟାଳୟ,ଗ୍ରାମପଂଚାୟତ କାର୍ଯ୍ୟାଳୟ,ସଂଗୀତାଙ୍କ ଫାର୍ମ ହାଉସ୍,ରେବୋ ସ୍ଥିତ ଶଶ୍ୱୁର ଘର,ମଞ୍ଜୁରିରୋଡ ବଜାରରେ ଥିବା ତାଙ୍କ ସ୍ୱାମୀଙ୍କ ସାଙ୍ଗ ବିଜୟ ଶତପଥିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ଭୋର ୪.୩୦ ମିନିଟ୍ ବେଳୁ ଚଢାଓ କରାଯାଇଥିବା ଜଣାଯାଇଅଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସୁନିଲ କୁମାର ସେନାପତିଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଏସପି ନିର୍ମଳ ମହାନ୍ତି,ଅନିରୁଦ୍ଧ ନାୟକ,ପ୍ରଫୁଲ ମାହାପାତ୍ର,ମାନସୀ ଜେନା,ଏସକେ ସାମନ୍ତ ରାୟ,ଏସ ବେହେରା,ବିଏଲ ପୁାହାଣ ପ୍ରମୁଖଙ୍କ ତତ୍ୱାବଧାନରେ ୪୦ରୁ ଉର୍ଦ୍ଧ ଅଫିସର ୫ଟି ଟିମରେ ବିଭକ୍ତ ହୋଇଥିଲେ । ପ୍ରଥମେ ୩ଟି ଦଳ ଏକକାଳୀନ ସଂଗୀତା ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ଖଣ୍ଡାଇଙ୍କ କୁଲଣାସ୍ଥିତ ପୈତୃକ ଘରେ,ରେବୋ ସ୍ଥିତ ଶଶ୍ୱୁର ଉମାକାନ୍ତ ଖଣ୍ଡେଇ ଘରେ ଓ ମଞ୍ଜୁରିରୋଡ ସ୍ଥିତ ସାଂଗ ଘରେ ଚଢାଓ କରିଥିଲେ । ସଂଗୀତାଙ୍କ ଘରୁ ନଗଦ ଟଙ୍କା ଓ ବିଭିନ୍ନ କାଗଜ ପତ୍ର ଜବତ ସହ ଦିନ ୧୧ ଘଟିକା ପର୍ଯ୍ୟନ୍ତ ତାଙ୍କ ସମ୍ପତି ପୁଙ୍ଖାନୁପୁଙ୍ଖ ତର୍ଯ୍ୟମା କରାଯାଇଥିଲା । ସେହିଭଳି ମଧ୍ୟାନ୍ନ ପର୍ଯ୍ୟନ୍ତ ଫାର୍ମ ହାଉସରେ ଅଧିକାରୀ ମାନେ ନଥିପତ୍ର ଯାଂଚ କରିଥିବା ବେଳେ ପଂଚାୟତ କାର୍ଯ୍ୟାଳୟ ଖୋଲିବା ପରେ କାଗଜପତ୍ର ଦେଖିଥିଲେ । ପରେ ସମିତି ସଂପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍ ସାଙ୍ଗରେ ନେଇଯାଇଥିବା ଜଣାଯାଇଅଛି ।