ଇଏସଆଇ ହସପିଟାଲରେ ଡ଼ାକ୍ତର ନାହାଁନ୍ତି

Oct 24, 2018 - 18:51
 176
ଇଏସଆଇ ହସପିଟାଲରେ ଡ଼ାକ୍ତର ନାହାଁନ୍ତି
ଅନୁଗୋଳ,୨୪/୧୦ (ସକାଳଖବର): ଶିଳ୍ୱ ସଂମୃଦ୍ଧ ଅନୁଗୋଳ ଜିଲ୍ଲା ନାଲକୋ ନଗରରେ ଶତାଧିକ ଶ୍ରମିକ ବିଭିନ୍ନ କଳକାରଖାନାରେ କାମ କରୁଛନ୍ତି । ଶ୍ରମିକଙ୍କ ସହ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ସେଠାରେୀ ସ୍ୱତନ୍ତ୍ର ଭାବେ ରାଜ୍ୟ କର୍ମଚାରୀ ବୀମା ଚିକତ୍ସାଳୟ କରିଛନ୍ତି । ହେଲେ ଉକ୍ତ ଡ଼ାକ୍ତରଖାନା ବିନା ଡ଼ାକ୍ତରରେ ଚାଲୁଛି । ଡ଼ାକ୍ତର ନଥିବାରୁ ଏହା ୁପରେ ନିର୍ଭର କରୁଥିବା ରୋଗୀ ଓ ପରିବାର ଅସୁବିଧା ଭୋଗୁଛନ୍ତି । ଏ ନେଇ ଶ୍ରମିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନାଲକୋନଗର ସମେତ ଜିଲ୍ଲାର ବିଭିନ୍ନ କଳକାରଖାନାରେ କାମ କରୁଥିବା ଶ୍ରମିକ ଓ ପରିବାର ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ହେଲେ ଦୀର୍ଘ ଦିନ ହେଲା ଏଠରେ ଜଣେହେଲେ ବି ଡ଼ାକ୍ତର ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ଜଣେ ଡ଼ାକ୍ତର ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ଆଉ ଜଷର ଡ଼ାକ୍ତର ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି । ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । କୌଣସି ରୋଗୀ ଜରୁରୀକାଳୀନ ସମୟରେ ରୋଗୀଙ୍କୁ କଟକ, ଭୁବନେଶ୍ୱର ଓ ଅନୁଗୋଳ ସମେତ ବିଭିନ୍ନ ବଡ଼ ବଡ଼ ଚିକିତ୍ସାଳୟକୁ ଏଠାରୁ ରେଫର କରାଯାଇଥାଏ । ହେଲେ ଏଠାରେ ଡ଼ାକ୍ତର ସମସ୍ୟା ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ରୋଗୀ ତଥା ସମ୍ପର୍କିୟଙ୍କୁ ବାରମ୍ବାର ଡ଼ାକ୍ତରଖାନା ଦୌଡ଼ିବାକୁ ପଡ଼ୁଛି । ଏ ସଂପର୍କରେ ନାଲକୋର ଠିକା ଶ୍ରମିକ ଜିତେନ୍ଦ୍ର ମଲ୍ଲିକ, ତ୍ରିନାଥ ବେହେରା, ଶ୍ରମିକ ନେତା ବାବୁଲି ସେଠୀ ପ୍ରମୁଖ କୁହନ୍ତି ବର୍ତ୍ତମାନ ଡ଼ାକ୍ତର ନଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ବିପଯ୍ୟସ୍ତ ହୋଇପଡ଼ିଛି । କୌଣସି ଜରୁରୀ ସମୟରେ ଅନ୍ୟତ୍ର ଚିକିତ୍ସାଳୟକୁ ଯିବା ପାଇଁ ଚାହୁଁଥିଲେ ମଧ୍ୟ ସଂପୃକ୍ତ ରୋଗୀ ଯାଇପାରୁ ନାହାଁନ୍ତି । ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ବିଶେଷ ଦୃଷ୍ଟି ଦେଇ ଏହି ଡ଼ାକ୍ତରଖାନାରେ ଡ଼ାକ୍ତର ନିଯୁକ୍ତ ଦେବା ସହ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ଶ୍ରମିକ ମହଲରେ ଦାବି ହୋଇଛି ।