ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଅଂଶଗ୍ରହଣ ଉପରେ ନିଷେଧାଦେଶ

Aug 14, 2018 - 18:27
 135
ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଅଂଶଗ୍ରହଣ ଉପରେ ନିଷେଧାଦେଶ
ଭୁବନେଶ୍ୱର,୧୪/୮ (ସକାଳଖବର): ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଓ ସତର୍କ ସୂଚନା ଅନୁଯାୟୀ ଆଗାମୀ ୪୮ ଘ । ମଧ୍ୟରେ ପ୍ରବଳରୁ ପ୍ରବଳତର ହେବା ସହିତ ବଜ୍ରପାତର ସର୍ଦାବନା ରହିଛି । ଏହି ସୂଚନାକୁ ଆଧାର କରି ଗୃହ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ସମାରୋହ ଅବସରରେ ପାଳିତ ଥିବା ରାଜ୍ୟସ୍ତରୀୟ, ଜିଲ୍ଲା ଓ ସବ୍ଡିଭିଜନ୍ସ୍ତରୀୟ ପ୍ୟାରେଡ୍ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ବାରଣ କରାଯାଇଛି । ପ୍ୟରେଡ୍ରେ କେବଳ ପୋଲସ୍ ଓ ଅ ର୍ସାମରିକ ବାହିନୀ ସାମିଲ ହୋଇପାରିବେ । ଅନ୍ୟପକ୍ଷରେ ଦିବସ ପାଳନ ଅବସରରେ ପ୍ୟାରେଡ୍ ପଡ଼ିଆରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ ହେବ ନାହିଁ । ପ୍ୟାରେଡ଼୍ରେ ଅଂଶଗ୍ରହଣ କରୁଥିବା ଅତିଥିଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୦୩୮ ତା ୧୪/୦୮/୨୦୧୮ରିଖ ଅନୁଯାୟୀ ସମସ୍ତ ରେଭିନୁ୍ୟ ଡିଭିଜନାଲ କମିଶନର, କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟେଟ୍ଙ୍କୁ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରାଯାଇଛି ।