ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈ÷ଠକ

May 23, 2018 - 14:59
 161
କଟକ ୨୩.୫ :(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟକ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈ÷ଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଆଗାମୀ ୨୬ ତାରିଖ ଅପରାହ୍ନରେ ବାଲିଯାତ୍ରା ଉପର ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ଏଥିପାଇଁ ଆଜି ଏ.ଆଇ.ଜି.(ଏସ୍.ପି.ଜି) ସଂଜୟ ଚୋ÷÷ହାନ୍ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ହେଲିପ୍ୟାଡ୍ ଓ ସଭାସ୍ଥଳ ନିମନ୍ତେ ଆବେଦନ କରିବା ପାଇଁ ପରାମର୍ଶ ଦେବା ସହିତ ସଭା ମଂଚରେ କେତେ ଜଣ ଅତି ବିଶିଷ୍ଟ ଓ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହିବେ, ସେମାନଙ୍କର ନାମ ତାଲିକା ଡିସିପିଙ୍କୁ ଜଣାଇବା ନିମନ୍ତେ କୁହାଯାଇଥିଲା । ବହୁ ଜନସମାଗମକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ୩୦-୩୫ ହଜାର ସଂଖ୍ୟକ ଜନସାଧରଣ ବସିବା ପାଇଁ ଚୋ÷÷କି ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଓ ପାଣି ପାଉଚ୍ ବ୍ୟବସ୍ଥା ପାର୍ଟି ତରଫରୁ କରାଯିବ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୫ ଗୋଟି ସିନ୍ଟେକ୍ସ ଟାଙ୍କି ଯୋଗାଇ ଦିଆଯିବ । ପାଣି ବୋତଲ କୋ÷÷ଣସି ପରିସ୍ଥିତିରେ ସଭାସ୍ଥଳକୁ ଯିବ ନାହିଁ ବୋଲି ବୈ÷ଠକରେ ଶ୍ରୀ ଚୋ÷÷ହାନ କହିଥିଲେ । ସଭାସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ନିମନ୍ତେ ନିର୍ବାହୀ ଯନ୍ତ୍ରୀ.ସେସୁଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନରାଜ ହେଲିପ୍ୟାଡ୍ ଗ୍ରାଉଣ୍ଡକୁ ଆଲୋକିତ କରାଯିବା ସହିତ ସଭାସ୍ଥଳକୁ ମଧ୍ୟ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନରାଜଠାରୁ ବାଲିଯାତ୍ରା ପଡିଆ ସଭାସ୍ଥଳ ଏବଂ ମାତାମଠ ଦେଇ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍କୁ ବେରିକେଡିଂ ବ୍ୟବସ୍ଥା ଏକ ଥାକିଆ ଏବଂ ଆବଶ୍ୟକ ସ୍ଥଳେ ୨ ଥାକିଆ କରିବାକୁ ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସଭାସ୍ଥଳରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବାକୁ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାମାନେ ଡିସିପିଙ୍କ ପରାମର୍ଶ କ୍ରମେ ସେମାନଙ୍କର ଓ.ବି.ଭ୍ୟାନ୍ ସ୍ୱତନ୍ତ୍ର ସ୍ଥାନରେ ରଖି ପ୍ରସାରଣ କରିପାରିବେ । ଗଣମାଧ୍ୟମ ପ୍ରତିନିଧିମାନେ ସଭାସ୍ଥଳରେ ବସି ସମ୍ବାଦ ସଂଗ୍ରହ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସଭାସ୍ଥଳ ନିକଟରେ ୨ ଗୋଟି ଅସ୍ଥାୟୀ ମଂଚ ନିର୍ମାଣ କରାଯାଇ ଗୋଟିକରେ ନୃତ୍ୟ, ସଂଗୀତ ପରିବେଷଣ କରାଯିବ ଓ ଅନ୍ୟଟିରେ ପ୍ରଧାନମନ୍ତ୍ରୀଙ୍କ ସଭାକାର୍ଯ୍ୟ କରାଯିବ ।