ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

Aug 23, 2018 - 18:42
 274
ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ
ବାରିପଦା,୨୩/୮ (ସକାଳଖବର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଓ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଉକ୍ତ ଗ୍ରାମର ଶର୍ମିଷ୍ଠା ମହାନ୍ତ(୪୦) ନାମକ ଏକ ମହିଳାର ମୃତୁ୍ୟ ହୋଇଛି । ଅଗଷ୍ଟ ୨୨ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ସର୍ମିଷ୍ଠା ପଡେ଼ାଶୀ ଘରୁ ତରକାରୀ ଧରି ନିଜ ଘରକୁ ଫେରୁଥିବା ସମୟରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ସମ୍ମୁଖରେ ପଡ଼ିଯାଇଥିଲେ ଏବଂ ହାତୀଟି ଶୁଣ୍ଢରେ ସର୍ମିଷ୍ଟାକୁ ଟେକି ତଳେ କଚାଡ଼ି ପାଦରେ ଦଳି ଅତି ବିଭତ୍ସ ଭାବେ ମାରି ଦେଇଥିବାର ଜଣାପଡ଼ିଛି । ଏହି ଘଟଣାକୁି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ଓ ମୃତକ ଶର୍ମିଷ୍ଠାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରାଯିବା ନିମନ୍ତେ ଦାବି କରିଛନ୍ତି । କିଛି ଦିନ ହେବ ପଡେ଼ାଶୀ ଝାଡ଼ଖଣ୍ଡ ରାଜ୍ୟରୁ ଏକ ହାତୀ ପଲ କରଞ୍ଜିଆ ବନ ଖଣ୍ଡ ଅଞ୍ଚଳରେ ପ୍ରବେଶ କରି ଉପôାତ ଚଳାଇ ଆସୁଥିଲା । ସେହି ପଲରୁ ଉକ୍ତ ଦନ୍ତାଟି ଗୋଠ ଛଡ଼ା ହୋଇ ଘୋରି ବୁଲୁଥିଲା । ଗତ ୩ ଦିନ ମଧ୍ୟରେ କରଞ୍ଜିଆ ବନଖଣ୍ଡରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତ୍ତର ଭାବେ ଆହତ ହୋଇ କେଉଁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି । କେଉଁଝର ଓ ଝାଣଖଣ୍ଡି ହାତୀ ପଲ ବିଭିନ୍ନ ସମୟରେ ପ୍ରବେଶ କରି ଜନସାଧାରଣଙ୍କ ଧନଜୀବନ ହାନୀ ପହଞ୍ଚାଉଥିବା ସମୟରେ ବନ ବିଭାଗର ଏ ଦିଗରେ ନିଘା ନାହିଁ କି ପଘା ନାହିଁ । ହାତୀ ଉପଦ୍ରବରେ ଜନତା ତ୍ରାହି ତ୍ରାହି ଡ଼ାକ ଛାଡ଼ୁଥିବା ସମୟରେ ବନ ବିଭାଗ ହାତୀ ପଲକୁ ଘଉଡ଼ାଇବା ପରିବର୍ତ୍ତେ ନୀରବ ଦ୍ରାଷ୍ଟା ସାଜି ବସିଛି । ଫଳରେ ପଞ୍ଚପୀଢ଼ ଅଞ୍ଚଳରେ ଏକ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି, ଯାହା ସରକାରଙ୍କ ପ୍ରତି ଭବିଷ୍ୟତରେ ମୁଣ୍ଡ ବ୍ୟଥାର କାରଣ ପାଲଟିବାର ଯଥେଷ୍ଟ ସମ୍ଭାବନା ରହିିିଛି ।