ସ୍କୁଲ ଫେରନ୍ତା ବିଦ୍ୟାର୍ଥୀଙ୍କୁ ଟ୍ରକ ଚାପିଦେବା ନେଇ ମାମଲା

Jul 20, 2018 - 17:20
 171
ସ୍କୁଲ ଫେରନ୍ତା ବିଦ୍ୟାର୍ଥୀଙ୍କୁ ଟ୍ରକ ଚାପିଦେବା ନେଇ ମାମଲା
କଟକ,୨୦ା୭(ସକାଖବର): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ରହାଞ୍ଜ ବାଇପାସ୍ ନିକଟରେ ସ୍କୁଲ ଫେରନ୍ତା ବିଦ୍ୟାର୍ଥୀଙ୍କ ଉପରେ ଟ୍ରକ୍ ମାଡିଯିବା ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ସଚିବ, ଗୃହ ବିଭାଗ ସଚିବ, ପରିବହନ କମିସନର, ଭଦ୍ରକ ଜିଲ୍ଲାପାଳ, ଏସ୍ପିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀ ଦର୍ଶାଇଛନ୍ତି ଯେ ବେପରୱା ଟ୍ରକ୍ ଚାଳନା ଯୋଗୁ ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନରତ ରାଣୀତାଲ ହାଇସ୍କୁଲର ୫ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା ଓ ୬ଜଣ ପିଲା ଗୁରୁତର ଆହତ ହୋଇଥିଲେ । ଏଥି ପାଇଁ ଦୋଷୀ ଟ୍ରକ୍ ଡ୍ରାଇଭରର ଗାଡି ·ଳନା ସହିତ ପ୍ରଶାସନିକ ନିଷ୍କ୍ରିୟତା ଦାୟୀ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି । ଏହି ଘଟଣା ପଛରେ ପ୍ରକୃତରେ କଣ କାରଣ ରହିଛି, କେଉଁ ପରିସ୍ଥିତିରେ ଟ୍ରକ୍ ମାଡିଗଲା ସେ ସଂପର୍କରେ ତଦନ୍ତ କରାଯାଇ କାରଣ ସ୍ପଷ୍ଟ କରାଯିବା ଉଚିତ ବୋଲି ଦର୍ଶାଯାଇଛି । ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଫଳରେ ଦୁର୍ଘଟଣା ଘଟୁଛି । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସମୟରେ ଠିକ୍ ଭାବେ ପରୀକ୍ଷା ଓ ଯାଞ୍ଚ ହେବା ଉଚିତ । ଏଥି ସହିିତ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚାଳନା, ଟ୍ରାଫିକ ନିୟମକୁ ଠିକ ଭାବେ ପାଳନ ସହିିତ ନିୟମ ଉଲ୍ଲଘଂନକାରୀ ଡ୍ରାଇଭରଙ୍କୁ କଠୋର ଦଣ୍ଡାଦେଶ ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ । ଏତତ ବ୍ୟତୀତ ରାସ୍ତାଘାଟର ଉପଯୁକ୍ତ ମରାମତି ଓ ଉନ୍ନତିକରଣ ଉପରେ ସରକାର ଧ୍ୟାନ ଦେବା ଜରୁରି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ରୁଜୁ କରିଛନ୍ତି ।