ଏସଡିଜେଏମଙ୍କ ନିଦେ୍ର୍ଧଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

May 23, 2018 - 14:37
 208
ଏସଡିଜେଏମଙ୍କ ନିଦେ୍ର୍ଧଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
କଟକ,୨୩ା୫(ସକାଳଖବର): ନିମ୍ନ ଅଦାଲତଙ୍କ ନିଦେ୍ର୍ଧଶକ୍ରମେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦାୟର ମାମଲାରେ କେନ୍ଦ୍ରାପଡା ପୁଲିସ ଆଉ ତଦନ୍ତକୁ ଅଗ୍ରସର କରିପାରିବନାହି; ପୁଲିସ ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ତେବେ ସାଂସଦଙ୍କ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା ଉପରେ ଏସଡିଜେଏମ କୋର୍ଟଙ୍କ ନିଦେ୍ର୍ଧଶ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଅନ୍ତରୀଣ ରହିତାଦେଶ ଜାରି କରିବା ସହ ପୁଲିସ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁନ ମାସ ୨୧ତାରିଖରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ ୧୫୪ଧାରା ଓ ଉପ ଧାରା ୧ ଅନୁସାରେ ପ୍ରଥମେ ପୁଲିସ ଠାରେ ଏତଲା ହୋଇଥିବ । ପୁଲିସ ପଦକ୍ଷେପ ନେଇନଥିଲେ ଧାରା ୧୫୪ ଓ ଉପ ଧାରା ୩ ଅନୁସାରେ ଏସପିଙ୍କ ଠାରେ ଅଭିଯୋଗ କରିବା କଥା । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥାଏ; ତେବେ ଅଭିଯୋଗ କାରୀ କୋର୍ଟରେ ମାମଲା ଦାୟର କରିବା କଥା । ତେବେ ଏ ସମସ୍ତ ପ୍ରସଙ୍ଗ ସହ ଅଭିଯୋଗକାରୀ ସତ୍ୟପାଠ ସହ ଦାଖଲ କରିବାର ନିୟମ ରହିଛି । ଏଠାରେ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶବଳୀ ଉପସ୍ଥାପିତ କରାଯାଇ ଏହା ଉଲଘଂନ କରୁଥିବାବେଳେ ନିମ୍ନ ଅଦାଲତଙ୍କ ନିଦେ୍ର୍ଧଶ ବେଆଇନ ତଥା ଆଇନ ସମ୍ମତ ନୁହେ ବୋଲି କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ତେବେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଦେବୀ ପ୍ରସାଦ ଧଳ, ତରଣିକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିବା ନେଇ ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡା ଅଞ୍ଚଳର ଜଣେ ଭୋଟର ଦିଲ୍ଲୀପ ଦାସ ଏହି ଅଭିଯୋଗ ନେଇ ଏସଡିଜେଏମ କୋର୍ଟରେ ଏକ କମ୍ଲେନ କେସ ଦାୟର କରିଥିଲେ । ଏହାପରେ ଦିଲ୍ଲୀପ ମଧ୍ୟ ଏସଡିଜେଏମଙ୍କ କୋର୍ଟରେ ଆଉ ଏକ ମାମଲା ରୁଜୁ କରିଥିଲେ । ୨୦୧୮, ମେ ମାସ ୧ତାରିଖରେ ସିଆରପିସି ୧୫୬ ଧାରା ଓ ଉପ ଧାରା ୩ ଅନୁସାରେ ଏକ ମାମଲା ରୁଜୁ କରି ଉକ୍ତ ଘଟଣାରେ ପୁଲିସକୁ ତଦନ୍ତ ପାଇଁ ନିଦେ୍ର୍ଧଶ ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରି ଘଟଣାର ତଦନ୍ତ ପାଇଁ ପୁଲିସକୁ ନିଦେ୍ର୍ଧଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଅନୁସାରେ ପୁଲିସ ମେ ମାସ ୪ତାରିଖରେ ମାମଲା ରୁଜୁ କରିଥିଲା । ତେବେ ନିମ୍ନ ଅଦାଲତଙ୍କ ଏହି ନିଦେ୍ର୍ଧଶନାମା ସହ ପୁଲିସ ଦାୟର କରିଥିବା ମାମଲାକୁ ରଦ୍ଧ କରାଯାଉ ବୋଲି ପ୍ରାର୍ଥନା କରି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।