ପୋଡ଼ି ହୋଇ ମାଆ ସହ ୨ ନାବାଳକ ଗୁରୁତର

Nov 19, 2018 - 17:52
 172
ପୋଡ଼ି ହୋଇ ମାଆ ସହ ୨ ନାବାଳକ ଗୁରୁତର
ଅନୁଗୋଳ, ୧୯/୧୧ (ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗାଁରେ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମା ସହ ୨ ନାବଳକ ଘର ଭିତରେ ଶୋଇଥିବାବେଳେ ହଠାତ ନିଆଁ ଲାଗିଯିବା ଯୋଗୁଁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଗାଁ ଲୋକ ଉଦ୍ଧାର କରି ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଯୋଗୁଁ ସେମାନଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ବଚନ ବେହେରା ଓ ତାଙ୍କର ୫ବର୍ଷ ଏବଂ ୬ ବର୍ଷର ୨ ନାବାଳକ । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ମାଆ ବଚନ ସହିତ ତାଙ୍କର ୨ପୁଅ ଖାଇପିଇ ଶୋଇଥିଲେ । ତେବେ ହଠାତ୍ ଘର ସାରା ନିଆଁ ଲାଗିଯାଇଥିଲା । ଉଦ୍ଧାର ପାଇବା ପାଇଁ ଚିକ୍ରାର କରିଥିଲେ । ଚିକ୍ରାର ଶୁଣି ଗାଁ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ୯୦ ପ୍ରତିଶତ ନିଆଁରେ ପୋଡ଼ିଯାଇଥିଲେ । ଏ ଖବର ପାଇ ବଚନଙ୍କ ପରିବାର ଲୋକ୍ ପହଞ୍ଚି ତାଙ୍କର ଜ୍ୱାଇଁ ପବିତ୍ର ବେହେରାଙ୍କୁ ନିର୍ଧୁମ ଛେଚିଥିଲେ । ତା ଅବସ୍ଥା ମଧ୍ୟ ଗୁରୁତର ଯୋଗୁଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯଦିଓ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ କିନ୍ତୁ ଶ୍ୱଶୁର ଘର ଲୋକଙ୍କ ଅଭିଯୋଗ ଯେ ଏହି ଅଗ୍ନିକାଣ୍ଡ ଘଟଣା ମୂଳରେ ରହିଛି ପବିତ୍ର ବେହେରା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।