ମୁଷ୍ଟିଯୋଦ୍ଧା ଅରିଜିତ ମହାପାତ୍ରଙ୍କ ରୌପ୍ୟ ପଦକ ହାସଲ

Nov 19, 2018 - 17:56
 143
ଜୟପୁର, ୧୯/୧୧ (ସକାଳଖବର): ଗତ ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତର ପ୍ରଦେଶର ଆହ୍ଲାବାଦ ଠାରେ ଅନୁଷ୍ଠିତ ୬୧ ସିନିୟର ମେନ୍ ନେସନାଲ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୋରାପୁଟ ଜିଲା ଜୟପୁର ସହରର ମୁଷ୍ଟିଯୋଦ୍ଧା ଅରିଜିତ ମହାପାତ୍ର ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ପ୍ରଥମେ ଆସାମର ରାଜେନ୍ଦ୍ର କୁମାରଙ୍କୁ ଏବଂ କ୍ୱାର୍ଟର ଫାଇନାଲରେ ସିକିମର ଦୀପକ କେ.ଙ୍କୁ ମୁଷ୍ଟିଯୁଦ୍ଧରେ ପରାସ୍ତ କରି ବ୍ରୌଞ୍ଜ ପଦକ ଲାଭ କରିଥିବା ବେଳେ ସେକେଣ୍ଡ ରାଉଣ୍ଡ ସେମିଫାଇନାଲ୍ ରେ ଉତର ପ୍ରଦେଶର ରବିନ୍ଦର କୁମାରଙ୍କୁ ପରାଜିତ କରି ରୌପ୍ୟ ପଦକ ହାସଲ କରିଥିଲେ । ଥାର୍ଡ ରାଉଣ୍ଡ ଓ ଫାଇନାଲରେ ସେ ହରିଆନାର ନୀତେଶ୍ ଚୌଧୁରୀଙ୍କ ସହିତ ସାମନା କରିଥିଲେ, କିନ୍ତୁ ସ୍ୱର୍ଣ୍ଣ ପଦକ ହାସଲ କରିବାରୁ ବଂଚିତ ହୋଇଥିଲେ । ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ସେ ସ୍ୱର୍ଣ୍ଣ ପଦକ ବିଜୟୀ ହେବାରୁ ବଂଚିତ ହୋଇଥିବା ଏବଂ ଆଗାମୀ ମାସରେ ଅନୁଷ୍ଠିତ ହେବାକୁଥିବା ସାଉଥ୍ ଜୋନ ଗେମ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ସ୍ୱର୍ଣ୍ଣ ପଦକ ହାସଲ ନିଶ୍ଚିତ ରୂପେ ହାସଲ କରିବେ ବୋଲି ଅରିଜିତ ସୂଚନା ଦେଇଛନ୍ତି ।