ରାଜଧାନୀରେ ନାଳରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

Sep 20, 2021 - 06:12
 77
ରାଜଧାନୀରେ ନାଳରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଥିବା ମୃତଦେହ ପୁଅର ବୋଲି ଚିହ୍ନଟ କରିଛନ୍ତି ଜ୍ୟୋତିପ୍ରକାଶ ପରିବାର ଲୋକ। ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଦିନ ପ୍ରାୟ ୧୦ଟା ପରେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀ ଏକ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ଏମ୍ସ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ପରିବାର ଲୋକ ଚିହ୍ନଟ କରିଥିବା ଜଣାଯାଇଛି। ମୃତଦେହ ଚିହ୍ନଟ ପରେ ଏମ୍ସ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ହୁଏତ ଗତକାଲି ଘଟଣା ପରେ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲେ ଜ୍ୟୋତିପ୍ରକାଶ ଜୀବିତ ମିଳିପାରିଥାନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି।