ଦୋକାନରେ ପଶି ଫିଲ୍ମ ଷ୍ଟାଇଲରେ ମାଗିଲେ ଯୁବକ ମାଗିଲେ ବଟି, କହିଲେ ନଦେଲେ କରିଦେବୁ ଗୁଳି

Oct 22, 2022 - 08:23
 170
ଦୋକାନରେ ପଶି ଫିଲ୍ମ ଷ୍ଟାଇଲରେ ମାଗିଲେ ଯୁବକ ମାଗିଲେ ବଟି, କହିଲେ ନଦେଲେ କରିଦେବୁ ଗୁଳି
ଝାରସୁଗୁଡା ୨୨/୧୦: ଦୋକାନ ଭିତରକୁ ପଶିଲେ । ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ବଟି ମାଗିଲେ । ୧୦ ଲକ୍ଷ ବଟି ନଦେଲେ ଗୁଳି କରିବା ନେଇ ଦେଲେ ଧମକ । ଏମିତି ଏକ ଘଟଣା ଘଟିଛି ଶୁକ୍ରବାର ରାତି ପ୍ରାୟ ୧୦ଟା ଝାରସୁଗୁଡା ଜିଲ୍ଲାର ବନ୍ଧବାହାଲ ଠାରେ । ବନ୍ଧବାହାଲର ସାଇ ମେଡିକାଲ ଷ୍ଟୋର, ସାଇ ଡ୍ରେସେସ, ସାହୁ ଜେନେରାଲ ଷ୍ଟୋର, ହୋଟେଲ ପ୍ରତୀକ ଓ ଆଖପାଖର ଆଉ କିଛି ଦୋକାନକୁ ଦୁଇଜଣ ଯୁବକ ପଶି ୧୦ଲକ୍ଷ ବଟି ମାଗିବାସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯୁବକ ଦ୍ୱୟ ଏମଡି କମାଲ ହୁସେନ ଓ ଗୁଡ୍ଡୁ ସା ବୋଲି ଜଣାପଡିଛି । ବନହରପାଲି ପୋଲିସ, ବନ୍ଧବାହାଲ ଫାଣ୍ଡି ପୋଲିସ ଯୁବକ ଦ୍ୱୟଙ୍କୁ ଧରିବା ପାଇଁ ବିଭିନ୍ନ ଟିମ ମୁତୟନ କରିଛି । ଅନ୍ୟପଟେ ଅଭିଯୁକ୍ତ ଦ୍ୱୟଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ବନ୍ଧବାହାଲର ସ୍ଥାନୀୟ ଲୋକେ ବନ୍ଧବାହାଲ ଫାଣ୍ଡିକୁ ପହଞ୍ଚି ପୋଲିସ ନିକଟରେ ଦାବି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ମାମଲା ରହିଥିବା ଜଣାପଡିଛି ।