ପା୍ରର୍ଥୀତ୍ୱକୁ ନେଇ କଂଗ୍ରେସରେ ଅସନ୍ତୋଷ

Mar 25, 2019 - 05:36
 122
କନ୍ଧମାଳ,୨୫/୩(ସକାଳଖବର): ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡି ଭଳି କଂଗ୍ରେସରେ ମଧ୍ୟ ଆରମ୍ଭ ହୋଇ ଯାଇଛି ଅସନ୍ତୋଷ । ବାଲିଗୁଡା ବିଧାନସଭା ଆସନରେ ଦଳ ଏଥର ନୂଆ ମୁହଁ ସିମନ ମଲିକଙ୍କୁ ପା୍ରର୍ଥୀ କରିଛି । ତେବେ ବରିଷ୍ଠ କଂଗ୍ରେସ ମହଲରେ ଏକ ଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଦୀର୍ଘ ଦିନ ଧରି ଦଳ ପାଇଁ କାମ କରି ଦଳର ସଂଗଠନକୁ ବାଲିଗୁଡା ଅଂଚଳରେ ମଜବୁତ କରିଥିବା ବରିଷ୍ଠ ନେତା ମାନଙ୍କୁ ଅଣଦେଖା କରି ପ୍ରାର୍ଥୀ ଚୟନ କରାଯାଇଛି ବୋଲି ଅଭିଯୋଗ ଆସିଛି ଦଳୀୟ ମହଲରୁ । ଏବେ ଦଳ ଯାହାକୁ ବିଧାୟକ ପା୍ରାର୍ଥୀ କରିଛି ସେ ପଂଚାୟତ ନିର୍ବାଚନରେ ବି ପରାସ୍ତ ହୋଇଥିଲେ । ତାଙ୍କୁ କେଉଁ ଆଧାରରେ ପା୍ରର୍ଥୀ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅନେକ କର୍ମୀ । ଅପରପକ୍ଷେ ଗତ ନିର୍ବାଚନରେ ବିଜେଡି ହାୱା ମଧ୍ୟରେ ବି ୨ ହଜାରରୁ କମ ଭୋଟରେ ହାରିଥିବା ପା୍ରର୍ଥୀଙ୍କୁ ଦଳ ଅଣଦେଖା କରି ଗୁରୁତର ଭୂଲ କରିଛି ବୋଲି ସେମାନେ କହିଛନ୍ତି । ଗତ ନିର୍ବାଚନର ପରାଜିତ ପା୍ରର୍ଥୀ କ୍ଳେଶ ପ୍ରଧାନଙ୍କୁ ଟିକଟ ମିଳିବ ଏବଂ ସେ ଜିତିବେ ବୋଲି ଆଶା ବାନ୍ଧି ବସିଥିଲେ ତାଙ୍କ ସମର୍ଥକ । କିନ୍ତୁ ତାଲିକା ପ୍ରକାଶ ପରେ ସେମାନେ ନିରାଶ ହୋଇଛନ୍ତି । ସେହିଭଳି ଅନ୍ୟତମ ଆଶାୟୀ ଆଦିବାସୀ ଯୁବନେତା ଉପେନ୍ଦ୍ର ପ୍ରଧାନଙ୍କ ସମର୍ଥକ ମାନେ ମଧ୍ୟ ସମାନ ମନ୍ତବ୍ୟ ଦେଉଛନ୍ତି । ପା୍ରର୍ଥୀତ୍ୱକୁ ନେଇ ଗୋଟିଏ ଗୋଷ୍ଠୀ ଖୁସି ମନାଉଥିବା ବେଳେ ଅନ୍ୟ ମାନେ ବିରୋଧାଭାସ ପ୍ରକଟ କରୁଥିବାରୁ ଆଗାମି ନର୍ବାଚନରେ ଏହା ପ୍ରତିଫଳିତ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶ୍ଳେଷକ ମାନେ ଆଶଙ୍କା କରୁଛନ୍ତି ।