୨୮ ବାଇକ ସହ ପିସ୍ତଲ, ଖଣ୍ଡା ଜବତ ୧୨ ଗିରଫ

Mar 25, 2019 - 05:03
 163
୨୮ ବାଇକ ସହ ପିସ୍ତଲ, ଖଣ୍ଡା ଜବତ ୧୨ ଗିରଫ
ଅନୁଗୋଳ,୨୪/୩(ସକାଳଖବର): ଅନୁଗୋଳ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗର ୯ ଜଣ ଲୁଟେରା ଗିରଫ ହୋଇଥିବା ବେଳେ ବାଇକ କିଣିଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦେଶୀ ପିସ୍ତଲ ସହ ଗୁଳି, ଖଣ୍ଡ. କଟୁରୀ, ମୋବାଇଲ ଫୋନ ଆଦି ପୋଲିସ ଜବତ କରିଛି । ଏହି ଲୁଟେରାମାନେ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ ଘୁଣ୍ଟୁଣିପଶି ଗାଁର ତରୁଣ ନାଏକ, ଟିକନ ନାଏକ, ବ୍ରାହ୍ମଣବିଲ ଗାଁର ଦିବାକର ନାଏକ, ସେହିଭଳି ଡେ଼ଉଁରିଆଝରଣ ଗାଁର ରନôାକର ନାଏକ, ସୁଶାନ୍ତ ନାଏକ, ବୈଦ୍ୟନାଥ ନାଏକ, କୁଣ୍ଢେଇଗୋଳା ଥାନା ଅଞ୍ଚଳର ଫକିର ନାଏକ, ବଉଦ ଜିଲ୍ଲା ଭାରୁଆଁ ଗାଁର କୃତିବାସ ନାଏକ, ଅନୁଗୋଳ ସହର ରାଜକିଶୋରପଡ଼ାର ମିର୍ଜା ଫିରୋଜ ବାଗ, ଦୀପନ ନାଏକ, ହେମସୁରପଡ଼ାର ଚନ୍ଦ୍ରକାନ୍ତ ସେଠୀ, ଲକ୍ଷ୍ମଧର ନାଏକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୨୩ ତାରିଖ ରାତିରେ ଅନୁଗୋଳ ସହର ନିକଟ ଡେ଼ରଜାଙ୍ଗ ଡ଼୍ୟାମ ସାଇଟ୍ରେ ଏକ ଲୁଟେରା ଗ୍ୟାଙ୍ଗ ଲୁଟ ଉଦ୍ୟମ କରିବାକୁ ଯୋଜନା କରିୁଥିବା ନେଇ ଅନୁଗୋଳ ପୋଲିସ ଖବର ପାଇଥିଲା । ତେବେ ପୋଲିସ ଟିମ୍ ଯାଇ ପହଞ୍ଚôଲା ବେଳକୁ ରାସ୍ତା ଉପରେ ୩/୪ଟି ବାଇକ ଥିବା ସହ ଏକ ଜାଗାରେ ୭/୮ ଜଣ ଏକାଠି ବସିଥିବା ଦେଖିବାକୁ ପାଇଥିଲା । ତାପରେ ପୋଲିସ ଚାରିପଟରୁ ଘେରି ଯାଇ ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଶିଶ ନାଏକ ନାମକ ଜଣେ ଲୁଟେରା ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ତାର ଘର ମୁନିସିପାଲଟି କଲୋନୀ ବୋଲି ପୋଲିସ ସୂଚନା ପାଇଛି । ଏବଂ ସେମାନଙ୍କ ନିକଟରୁ ବାଇକ, ପିସ୍ତଲ, ଗୁଳି ଜବତ କରିଛି । ସୂଚନା ଯେ, ଏହି ଗ୍ୟାଙ୍ଗ ଅନୁଗୋଳ ବ୍ଲକ ଅଫିସ,ବସଷ୍ଟାଣ୍ଡ, ମଦନମୋହନ ଲଜ ଓ ମେଡ଼ିକାଲ କ୍ୟାମ୍ପସରୁ ଲୁଟ ହୋଇଥିବା ବାଇକରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଅପରପକ୍ଷେ ଏହି ଗ୍ୟାଙ୍ଗ ଦେବଗଡ଼, ଅନୁଗୋଳ, ତାଳଚେର, ଛେଣ୍ଡିପଦା, ବଉଦ ଆଦି ଜିଲା ମାନଙ୍କରେ ବାଇକ ଲୁଟ କାରବାର ଚଳାଇଥିବା ଜଣାଯାଇଛି । ଏହି ଗ୍ୟାଙ୍ଗର କାମହେଲା ସ୍ଥାନୀୟ ଅଞ୍ଚଳରୁ ଚୋରୀ କରିଥିବା ବାଇକକୁ ବଉଦ ଜିଲାରେ ବିକ୍ରି କରିବା ଓ ସେହି ଅଞ୍ଚଳରୁ ଚୋରୀ ବାଇକକୁ ଅନୁଗୋଳ ଜିଲାରେ ବିକ୍ରି କରି ମାଲମାଲ ହେଉଥିଲେ । ତେବେ ପୋଲିସ ଚଢ଼ାଉ କରିବା ପରେ ଲୁଟେରା ଗ୍ୟାଙ୍ଗର ଅନେକ ରହସ୍ୟ ପୋଲିସ ଜାଣିପାରିଥିବା ନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ଅଶ୍ୱିନୀ କୁମାର ସାହୁ ଓ ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି ।