ମହିଳା ସଂରକ୍ଷଣକୁ ନେଇ ବିଜେପି ବିରୋଧୀ ମେଣ୍ଟ କରିବ ବିଜେଡ଼ି

Dec 5, 2018 - 17:42
 207
ମହିଳା ସଂରକ୍ଷଣକୁ ନେଇ ବିଜେପି ବିରୋଧୀ ମେଣ୍ଟ କରିବ ବିଜେଡ଼ି
ଭୁବନେଶ୍ୱର,୫/୧୨ (ସକାଳଖବର): ବିଧାନସଭା ଏବଂ ପାର୍ଲାମେଂଟରେ ମହିଳା ମାନଙ୍କ ସଂରକ୍ଷଣ ବ୍ୟବସ୍ଥା କରିବା ନେଇ ଜାତୀୟ ପ୍ରସଂଗ କରିବା ପାଇଁ ବିଜେଡ଼ି ପକ୍ଷରୁ ନିଷ୍ପତି ହୋଇଛି । ଏହା ବ୍ୟତୀତ ଆସନ୍ତା ପାର୍ଲାମେଂଟ ଅଧିବେଶନରେ ଏହାକୁ ଜାତୀୟ ପ୍ରସଂଗ କରାଯିବ ବୋଲି ସ୍ଥିର ହୋଇଛି । ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯାଇଥିଲା । ଏଥିରେ ଦଳର ବହୁ ବରିଷ୍ଠ କର୍ମକର୍ତା ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶା ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥା ନେଇ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ଏହି ବ୍ୟବସ୍ଥା ପାଇଁ ୭ଟି ଜାତୀୟ ଓ ୧୫ ଟି ଆଂଚଳିକ ଦଳର ମୁଖ୍ୟ ମାନଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ହୋଇଛି । ଦଳର ବରିଷ୍ଠ ନେତା ଓ ଏମପି ମାନଙ୍କୁ ଆଲୋଚନା କରିବା ପାଇଁ ଦାୟିତ୍ୱ ବଂଟନ କରାଯାଇଛି । ଏଆଇଟିସି ସହିତ ସୌମ୍ୟ ରଂଜନ ପଟ୍ଟନାୟକ, ଅନନ୍ତ ଦାସ, ଅରବିନ୍ଦ ଢ଼ାଲି ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ଏମପି ପ୍ରୁତୁ୍ୟଷା ରାଜେଶ୍ୱରୀଙ୍କୁ ବିଏସପି ସହିତ ଆଲୋଚନା କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଜେପି ସହିତ ଆଲୋଚନା କରିବା ପାଇଁ ଭର୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରୱାଲ, ସରୋଜିନୀ ହେମ୍ବ୍ରମଙ୍କୁ ଦାୟିତ୍ୱ ଦିଆଯାଇଛି । ସିପିଆଇ ଓ ସିପିଏମ ସହିତ ଆଲୋଚନା କରିବା ପାଇଁ କଳିକେଶ ନାରାୟଣ ସିଂଦେଓ, ଡ. କୁଳମଣି ସାମଲ, ଶ୍ରୀମତୀ ରୀତା ତରାଇଙ୍କୁ ଦାୟିତ୍ୱଦିଆଯାଇଛି । ଆଇଏନସି ସହିତ ଆଲୋଚନା କରିବା ପାଇଁ ତଥାଗତ ଶତପଥି, ବେଦ ପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର ଓ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆଂଚଳିକ ଦଳ ଆପ୍ ସହିତ ସୂର୍ଯ୍ୟ ନାରାୟଣ ପାତ୍ର, ଅନୁଭବ ମହାନ୍ତି, ଡକ୍ଟର ପ୍ରଭାସ ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇଏ ଓ ଡିଏମକେ ସହିତ ଦେବୀ ପ୍ରସାଦ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏନଏଲଡ଼ି ସହିତ ଆଲୋଚନା କରିବା ପାଇଁ କିଶୋର ମହାନ୍ତି ଓ ଯୋଗେନ୍ଦ୍ର ତି୍ରପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜେଡିଏସ ଓ ଜେଡ଼ିୟୁ ସହିତ ଆଲୋଚନା କରିବା ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନସି ସହିତ ଆଲୋଚନା କରିବା ପାଇଁ ପିନାକୀ ମିଶ୍ର ଓ ଲଡ଼ୁକିଶୋର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ଜେଏମଏମ ସହିତ ଅନୁଭବ ମହାନ୍ତି, ଝିହ୍ନ ହିକକା ଓ ବିମ୍ବାଧର କୁଅଁରଙ୍କୁ ଦାୟିତ୍ୱ ଦିଆଯାଇଛି । ଆରଜେଡ଼ି ସହିତ କଥାବାର୍ତା କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମଙ୍କକୁ ଦାୟିତ୍ୱ ଦିଆଯାଇଛି । ଶିରୋମଣି ଅକାଳୀ ଦଳ ସହିତ ତଥାଗତ ଶତପଥି ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଶିବ ସେନା ସହିତ ଆଲୋଚନା କରିବା ପାଇଁ ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ସମାଜବାଦୀ ପାର୍ଟି ସହିତ ଭର୍ତୃହରି ମହତାବ ଓ ପ୍ରତୁ୍ୟଷା ରାଜେଶ୍ୱରୀ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଟିଡିପି ଓ ଟିଆରଏସ ସହିତ ଆଲୋଚନା କରିବା ପାଇଁ ସୌମ୍ୟ ରଂଜନ ପଟ୍ଟନାୟକ ଓ ଭାସ୍କର ରାଓଙ୍କୁ ଦାୟିତ୍ୱ ଦିଆଯାଇଛି ।