ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି

Jan 14, 2019 - 18:02
 149
ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି
ଭୁବନେଶ୍ୱର ,୧୪/୧(ସକାଳଖବର): ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ବାରମ୍ବାର ଆସୁଛନ୍ତି, ହଜାର ହଜାର କୋଟି ଟଙ୍କାର ପ୍ୟାକେଜ୍ ନିର୍ବାଚନ ବର୍ଷ ଘୋଷଣା କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରୟାସ କରୁଛନ୍ତି । ସେହିଭଳି ରାଜ୍ୟସରକାର ଯୋଜନା ନାମରେ ଟଙ୍କା ବାଂଟି ଭୋଟ ହାତେଇବା ପାଇଁ ପ୍ରତି ଦିନ ଗୋଟିଏ ଯୋଜନା ଘୋଷଣା କରୁଛନ୍ତି । କେନ୍ଦ୍ର ବିଜେପି ଓ ରାଜ୍ୟର ବିଜେଡ଼ି ସରକାର ଗୋଟିଏ ମୁଦ୍ରାର ଯୋଡ଼ିଏ ପାଶ୍ୱର୍ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାମୀନାଥନ୍ କମିଟି ସର୍ବନିମ୍ନ ସହାୟକ ମୁଲ୍ୟ ଉପରେ ଦେଇଥିବା ରିପୋର୍ଟ କାର୍ଯ୍ୟକାରି କରିବାକୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ପ୍ରତିଶୃତି ଦେଇଥିଲେ । ପ୍ରଧାନ ମନ୍ତ୍ରୀ ହେଲାପରେ କାର୍ଯ୍ୟକାରି କାହିଁ କି କଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ବର୍ଷକୁ ଦୁଇକୋଟି ବେକାରି ଯୁବକଙ୍କ ପାଇଁ ସୁଯୋଗ ସୃଷ୍ଟିର ପ୍ରତିଶୃତି ଦେଇଥିଲେ । ପଶ୍ଚିମ ଓଡିଶାରେ ଗୋଟିଏ ହେଲେ ବର୍ତମାନକେନ୍ଦ୍ର ସରକାର ପ୍ରକଳ୍ପ ସ୍ଥାପାନ କରିନାହିଁନ୍ତି । ଜଣଙ୍କୁ ହେଲେ ନିଯୁକ୍ତି ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଯୁକ୍ତି ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟରେ କେତେ ପୁଞ୍ଜି ନିବେସ କରିଛନ୍ତି ତାହା ରାଜ୍ୟ ବାସୀଙ୍କୁ ଜଣାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । କଂଗ୍ରେସ ଉପାସରକାର ଥିବା ସମୟରେ ନାଲକୋ, ହାଲ୍, ସଇନ୍ତଳାର ଗୋଳାବାରୁଦ କାଳକାରଖାନା ଆଦି ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସେହିଭଳି କାରଖାନା ସ୍ଥାପନ କାହିଁକି ଆମ୍ଭ କରିପାରିଲେ ନାହିଁ ବୋଲି ରାଜ୍ୟ ବାସୀଙ୍କୁ ଓଡ଼ିଶା ଗ୍ରସ୍ତ ସମୟରେ ପ୍ରଧାନ ମନ୍ତ୍ରୀଉତର ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି । ରାଫେଲ୍ ପ୍ରକଳ୍ପକୁ ହାଲ୍ ଠାରୁ ଛଡ଼ାଇନେଇ ଅନିଲ୍ ଅମ୍ବାନିକୁ ପ୍ରଦାନ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ୫୦ହଜାର ଯୁବକ ନିଯୁକ୍ତି ସୁଯୋଗ ହରାଇଲେ । ସେହିଭଳି ରାଜୀବ ଗାନ୍ଧୀ କେତେକ ପ୍ରକଳ୍ପ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ପଛୁଆ ଅଂଚଳ ବିକାଶ ଅନୁଦାନ ରାଜ୍ୟକୁ ଦିଆଯାଇଥିଲା । ବର୍ତମାନର ମୋଦି ସରକାର ସେହି ପ୍ରକଳ୍ପ ଗୁଡ଼ିକ କାହିଁକି ବନ୍ଦକରିଦେଲେ ଏବଂ କ୍ଷମତାକୁ ଆସିବା ପରଠାରୁ ପଶ୍ଚିମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆ ଯାଇନାହିଁ । ପ୍ରଧାମନ୍ତ୍ରୀଙ୍କ ଅଧିନରେ କାମ କରୁଥିବା ସିବିଆଇ ଚିଟଫଣ୍ଡ ଦୁର୍ନୀ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯନୁଷ୍ଠାନ କରାଯାଉନାହିଁ କାହିଁକି ଓ ନବୀନ ସରକାରଙ୍କୁ ସୁରକ୍ଷା ଦେଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।