ନିର୍ବାହୀ ଯନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

Jul 6, 2018 - 14:15
 170
କଟକ, ୫ ।୭(ସକାଳଖବର): ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋରାପୁଟ ଜୟପୁର ଆରଡବ୍ଲୁ୍ୟ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ପତ୍ନୀ କଳ୍ପନା ଭୋଳ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି । ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗକ୍ରମେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ମେ ମାସ ୩୦ତାରିଖରେ ନିର୍ବାହୀ ଯନ୍ତ୍ରୀଙ୍କ ପୈତୃକ ଘର ସହ ଅଫିସ ଆଦି ସ୍ଥାନରେ ଚଢାଉ କରାଯାଇଥିଲା । ତାଙ୍କର ବିଭିନ୍ନ ସ୍ଥାନରେ ୪୮ଟି ପ୍ଲଟ ଥିବାବେଳେ ୩ କୋଟି ୬୭ଲକ୍ଷ ୯୪ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା । ସର୍ବାଧିକ ସଂପତ୍ତି ପତ୍ନୀଙ୍କ ନାମରେ ରହିଥିବା ଜଣାପଡିଥିଲା ।