ହାଇକୋର୍ଟରେ ଜଗମୋହନ ମରାମତି ମାମଲା

May 15, 2018 - 14:20
 141
ହାଇକୋର୍ଟରେ ଜଗମୋହନ ମରାମତି ମାମଲା
କଟକ,୧୫ା୫(ସକାଳଖବର): ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି । ପୂର୍ବ ନିଦେ୍ର୍ଧଶନାମା ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପରଟେଣ୍ଡେଡିଂଙ୍ଗ ଏଚ. କେ ନାୟକଙ୍କ ପକ୍ଷରୁ ଖଣ୍ଡପୀଠରେ ସତ୍ୟପାଠ ଦାଖଲ କରାଯାଇ ମନ୍ଦିର ମରାମତି କାମର ଅଗ୍ରଗତି ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ହାଇକୋର୍ଟଙ୍କ ପୂର୍ବ ନିଦେ୍ର୍ଧଶ ଅନୁସାରେ ମେ ମାସ ୧୨ ତାରିଖରୁ ଜୟ ବିଜୟ ଦ୍ୱାରର ମରାମତି କାମ ଆରମ୍ଭ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ । ତେବେ ଏହି କାମ ଦୁଇ ଓଳି ଚାଲୁଥିବା ଏଏସଆଇ ଦର୍ଶାଇ ସକାଳ ଓ ଅପରାହ୍ଣରେ ହେଉଛି ବୋଲି ଉଲ୍ଲେଖ କରିଛି । କାମ ଚାଲିବା ସମୟରେ ଭକ୍ତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ସେହିପରି ଜଗନ୍ନାଥ ମନ୍ଦିର ପରିସରରେ ଥିବା ସମସ୍ତ ପାଶ୍ୱର୍ ଦେବାଦେବୀ ମନ୍ଦିରର ସ୍ଥିତି ସଂପର୍କରେ ଯାଞ୍ଚ କରି ସ୍ଥିତି ସଂପର୍କରେ ତଥ୍ୟ ରଖିବା ପାଇଁ କୋର୍ଟ ପୂର୍ବରୁ ନିଦେ୍ର୍ଧଶ ଦେଇଥିଲେ ।