କେଭିଆଇସି ଉପ ନିଦେ୍ର୍ଧଶକଙ୍କ ବଦଳି ଆଦେଶ ଉପରେ ସ୍ଥିତାବସ୍ଥା ଜାରି

May 22, 2018 - 15:35
 208
କଟକ,୨୧ା୫(ସକାଳଖବର): ଖଦି ଓ ଗ୍ରାମଦ୍ୟୋଗ କମିଶନ (କେଭିଆଇସି)ଙ୍କ ଅଧିନରେ କାର୍ଯ୍ୟରତ ଥିବା ଉପ ନିଦେ୍ର୍ଧଶକ ଉକ୍ରଳ କେଶରୀଙ୍କ ଆବେଦନ ଉପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁ୍ୟନାଲ ଶୁଣାଣି କରି ବଦଳି ଆଦେଶ ଉପରେ ସ୍ଥିତାବସ୍ଥା ଜାରି କରିବା ସହ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ବ୍ୟତୀତ ମୁମ୍ବାଇ, ବିଶାଖାପାଟଣା, କୋଲକତା, ଓଡ଼ିଶାର ଯୋଗାଯୋଗା ଥିବା ଯେକୌଣସି କାର୍ଯ୍ୟାଳୟକୁ କଣ ପାଇଁ ବଦଳି କରାଯାଇନପାରିବ; ସେ ନେଇ ଜଣାଇବା ପାଇଁ ମୁମ୍ବାଇସ୍ଥିତ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱର ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିସନ ଅଫିସରେ କାର୍ଯ୍ୟରତ ଥିବା ଉପ ନିଦେ୍ର୍ଧଶକ ଉକ୍ରଳ କେଶରୀଙ୍କୁ ଗତ ମାର୍ଚ୍ଚ ମାସ ୧୬ତାରିଖରେ ଅରୁଣାଚଳ ପ୍ରଦେଶର ଇଟାନଗରକୁ ବଦଳି କରାଯାଇଥିଲା । ଏହାକୁ ଚାଲେଞ୍ଜ କରି ଆବେଦନକାରୀ କ୍ୟାଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ ।