ସେଲଟର ହୋମ୍ ମାମଲାରେ ଜାମିନ ଖାରଜ

Dec 12, 2018 - 18:39
 156
ସେଲଟର ହୋମ୍ ମାମଲାରେ ଜାମିନ ଖାରଜ
ଢେଙ୍କାନାଳ , ୧୨/୧୨(ସକାଳଖବର): ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର ହୋମ ନିର୍ଯାତନା ମାମଲାରେ ଗୁଡ଼ ନ୍ୟୁଜ୍ ଇଣ୍ଡିଅ । ଡ୍ରିମ୍ସ ସେଂଟରର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ ଆବେଦନକୁ ବୁଧବାର କୋର୍ଟ ଖାରଜ କରି ଦେଇଛନ୍ତି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢିଉଠିଥିବା ଏହି ସେଲ୍ଟର ହୋମ କେଳେଙ୍କାରୀ ନେଇ ବିବାଦ ଦେଖାଯାଇଥିଲା । ଫୟାଜଙ୍କ ବିରୋଧରେ ସେଲ୍ଟର ହୋମରେ ଧର୍ମାନ୍ତରୀକରଣ ଏବଂ ନିର୍ଯାତନା ଅଭିଯୋଗ ଅ ।ସିଥିଲା । ସୂଚନାଯୋଗ୍ୟ ଯେ ଫୟାଜ ରେହେମାନ ଓରଫ ଡାର୍ଟି ଡ଼ାଡି ଗିରଫ ହେବା ପରେ ପୋଲିସ ତାଙ୍କୁ ୪ ଦିନିଅ । ରିମାଣ୍ଡରେ ନେଇଥିଲା । ଏହି ରିମାଣ୍ଡ ଅବଧି ଚଳିତ ମାସ ୭ତାରିଖରେ ଶେଷ ହୋଇଥିଲା । ସେଲ୍ଟର ହୋମରେ ଅନ୍ତେବାସିନୀମାନଙ୍କ ସହିତ ଅସଦାଚରଣ ମାମଲାରେ ଫାୟାଜ୍ ରେହମାନ୍ଙ୍କୁ ସଦର ଥାନା ପୋଲିସ୍ ଗତ ୪ ତାରିଖରେ ରିମାଣ୍ଡରେ ପ୍ରଥମ ଥର ପାଇଁ ୨ ଦିନିଆ ରିମାଣ୍ଡରେ ନେଇଥିଲା । ପୁଣି ଥରେ ତାଙ୍କୁ ୨ ଦିନିଅ । ରିମାଣ୍ଡରେ ନିଆଯାଇଥିଲା ।