ଦୂରଦର୍ଶନ କେନ୍ଦ୍ରରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନ ଉଦଘାଟିତ

Jul 27, 2019 - 07:01
 156
ନୂଆଦିଲ୍ଲୀ ,୨୫/୭(ସକାଳଖବର): କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ କେନ୍ଦ୍ରର ସମସ୍ତ ଆଠଟି ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନିଜର ସମ୍ବୋଧନରେ ଶ୍ରୀ ପ୍ରକାଶ ଜାଭଡେକର ଦର୍ଶକମାନଙ୍କ ଅନୁଭୂତି ବୃଦ୍ଧି କରିବା ପାଇଁ ଭିଡିଓ ୱାଲର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ତିନି ବର୍ଷିଆ କାର୍ଯ୍ୟ ଯୋଜନା ଅନ୍ତର୍ଗତ ଦୂରଦର୍ଶନର ମୌଳିକ ଭିତିଭୂମି ବୃଦ୍ଧି କରିବା ପାଇଁ ସହଯୋଗ ପ୍ରଦାନ କରାଯାଉଛି । ରାଷ୍ଟ୍ରାୟତ ପ୍ରସାରଣକାରୀ ସଂସ୍ଥାଗୁଡ଼ିକରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଅତ୍ୟାଧୁନିକ ଭିଡିଓ ୱାଲ ଓ ସ୍ପେକ୍ଟ୍ରମ ସକ୍ଷମ ସାଟେଲାଇଟ ଉପକରଣ ଏହି ଦିଗରେ ଏକ ପଦକ୍ଷେପ । ଦୂରଦର୍ଶନର ଭୂମିକାକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଲେ ଯେ ଏହି ଚ୍ୟାନେଲକୁ ବିଶ୍ୱସନୀୟତା ସହିତ ଦେଖାଯାଇଥାଏ । ସେ ଏହି ଅବସରରେ ଉପସ୍ଥିତ ଅଧିକାରୀମାନଙ୍କୁ ଡିଡି ଫି୍ର ଡିସକୁ ୩.୨୫ କୋଟି ଗୃହରୁ ବୃଦ୍ଧି କରି ୫ କୋଟି ଗୃହରେ ପହଂଚାଇବା ନେଇ କାର୍ଯ୍ୟ କରିବାକୁ କହିଥିଲେ । ଅତିଶୀଘ୍ର ଦୂରଦର୍ଶନରେ ଉଚ୍ଚ ଗୁଣବତା ବିଶିଷ୍ଟ କାର୍ଯ୍ୟକ୍ରମ ନିର୍ମାଣ ପାଇଁ କ୍ରିଏଟିଭ ପ୍ରମୁଖଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସମ୍ପର୍କରେ ଶ୍ରୀ ଜାଭଡେକର ଘୋଷଣା କରିଥିଲେ । ଏହି ଅବସରରେ ନିଜର ସମ୍ବୋଧନରେ ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ ଦୂରଦର୍ଶନ ଓ ଆକାଶବାଣୀକୁ ଦେଶର ସମସ୍ତ କୋଣଅନୁକୋଣରେ ପହଂଚାଇବାକୁ ସକ୍ଷମ କରାଇବା ଲାଗି ସମସ୍ତ ପ୍ରକାର ସହାୟତା କରିବାକୁ ସରକାର ପ୍ରସ୍ତୁତ ।