ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୮୬୯ଟି ପ୍ରକଳ୍ପ ମଂଜୁରୀ
ଭୁବନେଶ୍ୱର,୨୩/୮(ସକାଳଖବର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୯ଟି ଜିଲ୍ଲାର ୧୦ଟି ବ୍ଲକ୍ ର ୨୦୯ଟି ପଂଚାୟତ ପାଇଁ ୪୭.୧୪ କୋଟି ଟଙ୍କାରେ ୧୮୬୯ଟି ପ୍ରକଳ୍ପ ମଂଜୁର କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ର ୨୧ ଟି ପଂଚାୟତ ପାଇଁ ୫.୨୬ କୋଟି ଟଙ୍କାରେ ମୁଖ୍ୟମନ୍ତ୍ରୀ ୧୯୫ଟି ପ୍ରକଳ୍ପ ମଂଜୁର କରିଛନ୍ତି । ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ୩୧ ଟି ପଂଚାୟତ ପାଇଁ ୯.୭୮ କୋଟି ଟଙ୍କାରେ ୪୨୬ଟି ପ୍ରକଳ୍ପ ମଂଜୁର କରାଯାଇଛି । ଏହା ବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ର ୨୯ଟି ପଂଚାୟତ ପାଇଁ ୭.୩୪ କୋଟି ଟଙ୍କାରେ ୩୧୫ଟି ପ୍ରକଳ୍ପ , କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୫.୯୮ କୋଟି ଟଙ୍କାରେ ୨୧୯ଟି ପ୍ରକଳ୍ପ , ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୩.୫୯ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, ରାୟଗଡା ଜିଲ୍ଲାର ବିଷମ କଟକ ବ୍ଲକ୍ ର ୨୧ଟି ପଂଚାୟତ ପାଇଁ ୩.୯୯ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ , ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍ ର ୨୦ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୧୦୭ ପ୍ରକଳ୍ପ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ୍ ୧୪ଟି ପଂଚାୟତ ପାଇଁ ୨.୮୦ କୋଟି ଟଙ୍କାରେ ୬୯ଟି ପ୍ରକଳ୍ପ , ମୟୁରଭଂଜ ଜିଲ୍ଲା ତିରିଙ୍ଗି ବ୍ଲକ୍ ର ୧୦ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୦୧ଟି ପ୍ରକଳ୍ପ ଏବଂ ବିଶୋଇ ବ୍ଲକ୍ ର ୧୩ଟି ପଂଚାୟ୍ତ ପାଇଁ ୩.୩୦ କୋଟି ଟଙ୍କାରେ ୧୧୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତିି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୫୫ଟି ବ୍ଲକ୍ ର ୩୫୦୮ ଟି ଗ୍ରାମପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ ୩୨,୪୬୨ଟି ପ୍ରକଳ୍ପ ପାଇଁ ୭୯୩.୯୬ କୋଟି ଟଙ୍କା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରୁଛନ୍ତି ।ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ତେବେ ମନ୍ତ୍ରୀ ପରିଷଦ ବୈଠକ ଯୋଗୁଁ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ କ୍ଷମା ଚାହିଁଥିଲେ ।