ଧାମରା ମୁହାଣରେ ବିରଳ ୧୫୦କେ.ଜି - ମାଛ କୌବତ

Jul 27, 2019 - 07:02
 144
ଭଦ୍ରକ, ୨୫/୭(ସକାଳଖବର): ବଙ୍ଗୋପ ସାଗର ଧାମରା ମୁହାଣ ଠାରୁ ୧୦ କିମି ଗଭୀର ସମୁଦ୍ର ମଧ୍ୟରୁ ଗତକାଲି ଭୋର ସମୟରେ ଏକ ବିରଳ ପ୍ରଜାତିର ମାଛ ଧରାପଡ଼ିଛି । ଆଲୋକ ଜ୍ୟୋତି ନାମକ ଏକ ସୁନା ଟ୍ରଲର ଜାଲରେ ଏହି ମାଛ ପଡ଼ିଥିବା ବେଳେ ଜାଲରୁ ବାହାର କରିବା ମଣିଷ ପଡେ଼ ସମ୍ଭବ ହୋଇନଥିଲା । ବୋଟର ମେସିନ ସାହାର୍ଯ୍ୟରେ ଜାଲ ଟଣାଯାଉଥିବାରୁ ଏହି ମାଛକୁ ଦେଖି ବୋଟରେ ଥିବା ୧୨ଜଣ ଧୀବରଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଧାମରା ନିକଟସ୍ଥ ଚନ୍ଦିନପାଳ ମାଛ କଂଟାରେ ଏହି ବିରଳ ମାଛ ଓଜନ କରିବା ପାଇଁ ଓଜନ ମାପକ ଯନ୍ତ୍ର ନଥିବା ଏବଂ ଏହି ବିରଳ ମାଛର ଉଚିତ ମୂଲ୍ୟ ନମିଳିବା ନେଇ ବୋଟ ମାଲିକ ଙ୍କ ନିଦେ୍ର୍ଧଶରେ ମାଛ କୋଲକତା ଦୀଘା କୁ ନିଆଯାଇଥିଲା । ବୋଟ ଦୀଘାରେ ପହଁଚିବା ପରେ ଏକ ଟ୍ରଲିରେ ଏହି ମାଛ ମୁହା ହୋଇ ନିଲାମ ଜେଠିକୁ ଯାଇଥିଲା । ମାଛକୁ ଦେଖିବା ପାଇଁ ସାଧାରଣ ଲୋକଏବଂ ନିଲାମ ଧାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେଠାରେ ନିଲାମ ଧାରୀ ମୁର୍ସିଦ ନାମକ ବ୍ୟକ୍ତି ଏହି ମାଛକୁ ୩୨ହଜାର ଟଙ୍କାରେ ନିଲାମ ଧରି ଏସ.ଏଫ.ଟି ନାମକ ଏକ ଘରୋଇ କେମିଷ୍ଟି କମ୍ପାନୀକୁ ଏକ ଲକ୍ଷ ଟଙ୍କାରେ ହସ୍ତାନ୍ତର କରିଥିଲା । ଏହି ମାଛ ପ୍ୟାକିଂ ହୋଇ “ କୋଏତ “ ର ବିଦେଶୀ ମେଡ଼ିସିନ କମ୍ପାନୀ ଏହି ନିଲାମ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ବଙ୍ଗୋପ ସାଗର ଧାମରା ମୁହାଣରେ ବିରଳ ପ୍ରଜାତିର ମାଛ ଦେଖାଯାଉଥିବା ବଳେ ଗତ କିଛି ଦିନ ତଳେ ତେଲି ନାମକ ଏକ ମାଛ ର ଓଜନ ପାଖାପାଖି ୩୦କେଜି,୨୮ କେ.ଜି ୧୫ କେ.ଜି ୨୪ କେ.ଜି ୨୨ କେ.ଜି ମାଛ ଧରାଯାଇଥିବା ବେଳେ ଏହାର ଓଜନ କି.ଲୋ ପ୍ରତି ୬ହଜାର ଟଙ୍କାରରେ ବିକ୍ରି ହୋଇଥିଲା । ତେବେ ଚନ୍ଦିନପାଳରେ ସୁବିଧା ଜନକ ଜେଠି ନଥିବାରୁ ବଡ଼ ବଡ଼ ଟ୍ରଲର କୂଳରେ ଲାଗିପାରୁ ନାହିଁ । ଅନ୍ୟପଟେ ବଡ଼ବଡ଼ ମାଛ କଂଟା ହେବା ପାଇଁ ମଧ୍ୟ ବଡ଼ କଂଟା ନାହିଁ । ବରଫ କଳ ମଧ୍ୟ ନାହିଁ । ଫଳରେ ମାଛର ଉଚିତ ମୂଲ୍ୟ ମସô୍ୟଜୀବୀ ମାନେ ପାଇପାରୁ ନାହିଁନ୍ତି । ଗଭୀର ସମୁଦ୍ରରେ ବଡ଼ବଡ଼ ମାଛ ସମୁଦ୍ରରେ ଧରୁଥିବା ମସô୍ୟଜୀବୀ ମାନେ ଧାମରା ନିକଟସ୍ଥ ଚନ୍ଦିନପାଳରେ ଏହାକୁ ଉଚିତ ମୂଲ୍ୟରେ ବିକ୍ରି କରିନପାରି କ୍ଷତିରେ ପଡ଼ୁଛନ୍ତି । ସରକାରଙ୍କ ତରଫରୁ ବଡ଼ବଡ଼ ଟ୍ରଲର ଲାଗିବା ପାଇଁ ଜେଠି ନିର୍ମାଣ କରିବା ସହିତ ମାଛ ସଂରକ୍ଷଣ ପାଇଁ କୋଲ ଷ୍ଟାର କରାଗଲେ ସରକାର ରାଜସ୍ୱ ପାଇବା ସହିତ ମସô୍ୟଜୀବୀ ମାନେ ଲଭବାନ ହୋଇପାରନ୍ତେ ବୋଲି ମସô୍ୟଜୀବୀ ମାନେ କହିଛନ୍ତି ।