କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟ ମଞ୍ଜୁରି

Aug 1, 2018 - 17:51
 190
କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟ ମଞ୍ଜୁରି
ଭୁବନେଶ୍ୱର,୧/୮(ସକାଳଖବର):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି)କୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଏସଆରବିରେ ବର୍ତ୍ତମାନ ତିନି ଜଣ ସଦସ୍ୟଙ୍କ ସ୍ଥାନରେ ୪ ଜଣ ସଦସ୍ୟ ରହିବେ । ବୋର୍ଡରେ ଜଣେ ଅଧ୍ୟକ୍ଷ ଏବଂ ତିନି ଜଣ ସଦସ୍ୟ ରହିବେ । ସଦସ୍ୟ ତିନି ବର୍ଷର ଅବଧି କିମ୍ବା ୬୫ ବର୍ଷର ବୟସ ପୂରଣ କଲେ, ଯାହା ବି ପ୍ରଥମେ ହୋଇଥିବ, ପର୍ୟ୍ୟନ୍ତ ରହିବେ । ସ୍ୱାୟତ୍ତତା, ଗୋପନୀୟତା, ଉତ୍ତରଦାୟିତ୍ୱ ଏବଂ ଏଏସଆରବିର ପ୍ରଭାବୀ ପରିଚାଳନା ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଏହାକୁ ଆଇସିଆରଠାରୁ ପୃଥକ କରିଦିଆଯିବ । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ସହିତ ଏହାକୁ ଯୋଡ଼ି ଦିଆଯିବ ।ଏଏସଆରବିର ବଜେଟ ମଧ୍ୟ ଆଇସିଏଆରଠାରୁ ପୃଥକ କରାଯାଇ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ଅଧୀନକୁ ଅଣାଯିବ । ଏଏସଆରବିର ସଚିବାଳୟରେ ନିଜସ୍ୱ ପ୍ରଶାସନିକ କର୍ମଚାରୀ ରହିବେ ଏବଂ ଏହାର ସ୍ୱାଧୀନ ପ୍ରଶାସନିକ ନିୟନ୍ତ୍ରଣ ରହିବ । ଜଣେ ଅଧ୍ୟକ୍ଷ ଏବଂ ତିନି ଜଣ ସଦସ୍ୟ ବିଶିଷ୍ଟ ସଂସ୍ଥା ଗଠନ ଦ୍ୱାରା ଏଏସଆରବିର କାର୍ୟ୍ୟଧାରା ସୁଚାରୁ ରୂପେ ଚାଲିପାରିବ । ଏହି କାରଣରୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ, ଯାହା କୃଷି ସମୁଦାୟ ଏବଂ କୃଷି ଲାଗି ଲାଭଜନକ ସାବ୍ୟସ୍ତ ହେବ । ଏହାବ୍ୟତୀତ ଦେଶରେ କୃଷି ଗବେଷଣା ଏବଂ ଶିକ୍ଷା ସମ୍ପର୍କରେ ପ୍ରମୁଖ ଏଜେନ୍ସି ଆଇସିଏଆରରେ ବିଭିନ୍ନ ବୈଜ୍ଞାନିକ ପଦବୀରେ ପ୍ରତିଭାବାନ ବୈଜ୍ଞାନିକମାନଙ୍କ ନିଯୁକ୍ତି ପାରଦର୍ଶୀ ଏବଂ କୁଶଳ ଢଙ୍ଗରେ ସମ୍ଭବ ହୋଇପାରିବ ।