ଜେଲରୁ ମୁକୁଳିଲେ ସାତକୋଶିଆ ସୁରକ୍ଷା ସମିତି ସଭାପତି
ଅନୁଗୋଳ,୧୩/୧୨(ସକାଳଖବର): ବାଘୁଣୀ ସୁନ୍ଦରୀକୁ ନେଇ ଘଟିଥିବା ଲଙ୍କାକାଣ୍ଡ ଘଟଣାରେ ଗିରଫ ହୋଇଥିଲେ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ସଭାପତି ଜନାର୍ଦ୍ଧନ ସାହୁ । ତେବେ ଦୀର୍ଘ ୩୧ ଦିନ ଜେଲ ଭୋଗିବା ପରେ ଆଜି ଜେଲରୁ ମୁକୁଳିଥିôବା ଜଣାଯାଇଛି । ଏହି ଘଟଣା ଗିରଫ ହୋଇଥିବା ଟାଇଁସି ଗାଁର ସୁଶାନ୍ତ ସାହୁ ଓ ଜରପଡ଼ା ଥାନା ଅଞ୍ଚଳର ଅନ୍ୟ ୪ ଜଣ ମଧ୍ୟ ଆଜି ଜେଲରୁ ମୁକୁଳିଥିôବା ଜଣାଯାଇଛି । ଜେଲରୁ ମୁକୁଳିବା ପରେ ଭାଜପା ଜିଲା ସଭାପତି ଭାଗୀରଥି ପ୍ରଧାନ ଜିଲା ପରିଷଦ ସଭ୍ୟା ଜୟନ୍ତୀ ପ୍ରଧାନ, ଚିତ୍ତରଞ୍ଜନ ମେହେର, ଲୋଚନ ଜେନା, ଯଶୋବନ୍ତ ସାହୁ, ବିଶ୍ୱଜିତ ମିଶ୍ର, ଆଶିଷ ବେହେରା, ଲକ୍ଷ୍ମଣ ସାହୁ, ଶ୍ରୀନିବାସ ସାହୁ, କେଶବ ଚନ୍ଦ୍ର ମହାନ୍ତି, ପ୍ରଭାତ ମିଶ୍ରଙ୍କ ସମେତ ଆଇନଜୀବୀ ବୀରେନ ନାଏକ, ପ୍ରଦୀପ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ସେମାନଙ୍କୁ ପୁଲମାଳ ଦେଇ ସମ୍ବର୍ଦ୍ଧନା କରିଛନ୍ତି । ଏହାପରେ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ସଭାପତି ଜନାର୍ଦ୍ଧନ ସାହୁ ତାଙ୍କ ଗ୍ରାମ ଜଗନ୍ନାଥପୁରର ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ସୂଚନା ଯେ, ବାଘୁଣୀ ସୁନ୍ଦରୀ ଘଟଣାରେ ପୋଲିସ ପ୍ରାୟ ୪୨ ଜଣଙ୍କୁ ଗିରଫ କରିଥିଲା ।