ବଢିଲା ବସ୍ ଭଡା

Sep 15, 2018 - 17:53
 194
ବଢିଲା ବସ୍ ଭଡା
ଭୁବନେଶ୍ୱର,୧୫/୯(ସକାଳଖବର): ରାଜ୍ୟରେ ବଢିଲା ବସ୍ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡା କିମି ପ୍ରତି ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିମି ପ୍ରତି ୪ ପଇସା ଲେଖାଏଁ ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଅର୍ଡିନାରୀ ବସ୍ ଭଡା କିମି ପ୍ରତି ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡା ୭୩ ପଇସାରୁ ୭୫ ପଇସା , ଡିଲକ୍ସ ବସ୍ ଭଡା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସା ଏବଂ ଏସି ଡିଲକ୍ସ ବସ୍ ଭଡା କିମି ପ୍ରତି ୧ ଟଙ୍କା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି ।