ନାବାଳିକା ନିର୍ଯାତନା ନେଇ ଡ଼ିଜିଙ୍କୁ ସ୍ମାରକପତ୍ର

Apr 28, 2018 - 18:46
 128
ନାବାଳିକା ନିର୍ଯାତନା ନେଇ ଡ଼ିଜିଙ୍କୁ ସ୍ମାରକପତ୍ର
କଟକ, ୨୮/୪ (ସକାଳଖବର) ବିଜେପି ଶାସିତ ତଥା ବିଭିନ୍ନ ରାଜ୍ୟ ଯଥା ଉତ୍ତରପ୍ରଦେଶ, ଜାମ୍ମୁ, ରାଜସ୍ଥାନ, ଗୁଜୁରାଟ, ହରିଆନା ପ୍ରମୁଖ ରାଜ୍ୟମାନଙ୍କ ସହିତ ତାଳଦେଇ ଆମ ରାଜ୍ୟରେ ମଧ୍ୟ ମହିଳା ଓ ଶିଶୁ କନ୍ୟାଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ବଢିଚାଲିଛି । ରାଜ୍ୟରେ ଦିନକୁ ଦିନ ବଢିଚାଲିଥିବା ମହିଳା ଓ ଶିଶୁ କନ୍ୟାମାନଙ୍କ ପ୍ରତି ହେଉଥିବା ବଳାକ୍ରାର, ଅସଦାଚରଣ ବିଭିନ୍ନ ପ୍ରକାର ଅତ୍ୟାଚାର ଓ ହତ୍ୟା ଭଳି ଘଟଣାମାନଙ୍କୁ ବିରୋଧ କରି ସର୍ବଭାରତୀୟ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକଙ୍କୁ ସ୍ମାରକପତ୍ର ଦିଆଯାଇଛି । କଟକ ସମେତ ବିଭିନ୍ନ ଜିଲ୍ଲାରେ ଘଟିଥିବା ବଳାକ୍ରାର ଓ ଅସଦାଚରଣ ଘଟଣାରେ ସମସ୍ତ ଅପରାଧିକୁ ଗିରଫ କରି ଉପଯୁକ୍ତ ଶାସ୍ତି ଦେବା, ପୀଡିତାମାନଙ୍କୁ ଉପଯୁକ୍ତ ଚିକିତ୍ସା ସରକାରୀ ଖର୍ଚ୍ଚରେ କରିବା, ଉକ୍ତ ପରିବାରମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ମହିଳାମାନଙ୍କୁ ବିଳାସ ସାମଗ୍ରୀ ରୂପେ ବିବେଚନା କରାଯାଇ ମହିଳାମାନଙ୍କ ନଗ୍ନ ବିଜ୍ଞାପନ, ସିନେମା, ଟିଭି, ଇଣ୍ଟରନେଟ୍ ଓ ବିଭିନ୍ନ ବହି ଓ ପତ୍ରପତ୍ରିକାରେ ପ୍ରଚାର ପ୍ରସାର ବନ୍ଦ କରିବା, ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଆଦି ଦାବିରେ ମହିଳା ସାଂସ୍କୃତିକ ସଂଗଠନ(ଏମ୍.ଏସ୍.ଏସ୍) ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ଆନେ୍ଦାଳନରେ ଏମ୍.ଏସ୍.ଏସ୍ର ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ, କଟକ ଜିଲ୍ଲା ନେତ୍ରୀ ଟିକା ସାମଲ, ସିପ୍ରା ମହାନ୍ତି, ଟୁନି ସାହୁ, ସ୍ୱାଧିନୀ ବେହେରା, ମନୋସ୍ୱିନୀ ପ୍ରଧାନ, ପୂଜା ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏକ ପ୍ରତିନିଧି ଦଳରେ ଯାଇ ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିପର୍ଯ୍ୟସ୍ତ ଆଇନ ବିରୁଦ୍ଧରେ ଆଗାମୀ ଦିନରେ ଯୋରଦାର ଆନେ୍ଦାଳନ କରାଯିବ ବୋଲି ଏମ୍.ଏସ୍.ଏସ୍ ପକ୍ଷରୁ କୁହାଯାଇଛି ।