୧୦ ଦିନ ପାଇଁ ପୁରୀ ଜିଲ୍ଲାରେ ଅଣ୍ଡା ନିଷେଧ

Dec 13, 2018 - 18:34
 145
ପୁରୀ, ୧୩/୧୨(ସକାଳଖବର): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କାଉ ମଡ଼କ ଘଟଣାରେ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା ରକ୍ତ ନମୂନା ରିପୋର୍ଟରୁ ତାହା ପଜେଟିଭ୍ ମିଳିବା ଅର୍ଥାତ୍ ଅଂଚଳରେ ବାଡର଼୍ ଫ୍ଲୁ ବ୍ୟାପୀଥିବା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆସନ୍ତାକାଲି ଠାରୁ ରକ୍ତ ସଂଗ୍ରହ ହୋଇଥିବା ସ୍ଥାନ ମାନଙ୍କରେ ସାନସାହି, ମାଲୁଦ, ପଥରଗଞ୍ଜ ଅଂଚଳରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗିରିଜା ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ୍ କରାଯାଇଛି । ଯେଉଁସବୁ ଅଂଚଳରେ ବାଡର଼୍ ଫ୍ଲୁ ନେଇ ସୂଚନା ମିଳିଛି, ସମ୍ପୃକ୍ତ ଅଂଚଳରେ ଅଣ୍ଡାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଅଣ୍ଡା ନଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପ୍ରସୂତୀ ଓ ପିଲାଙ୍କୁ ଅଣ୍ଡା ନଦେବାକୁ ନିଦେ୍ର୍ଧଶ ରହିଛି । ଏହା ସହିତ ସମ୍ପୃକ୍ତ ଅଂଚଳରୁ ବାହାରୁ ଚିକେନ କିମ୍ବା ଅଣ୍ଡା ଆସିବ ନାହିଁ କି ଯିବ ନାହିଁ ବୋଲି କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ବ୍ଲକର ମାଲୁଦ ଅଂଚଳରେ କାଉ ମଡ଼କ ପଡିଥିଲା । ୨୦ଟି ରକ୍ତ ନମୂନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା ବେଳେ ତନ୍ମଧ୍ୟରୁ ୪ଟି ପଜେଟିଭ୍ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ୪ଟି ଗ୍ରାମକୁ ପ୍ରଭାବିତ ଅଂଚଳ ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ସମ୍ପୃକ୍ତ ଗ୍ରାମ ଗୁଡିକରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ଅନ୍ୟପକ୍ଷରେ ଚିଲିକା ନଳ ବଣ ଅଂଚଳରେ ବାଡର଼୍ ଫ୍ଲୁର କୌଣସି ପ୍ରଭାବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।