ଚାଷୀଙ୍କୁ ରାଜ୍ୟ ସରକାର ଶସ୍ତା ଭାବିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ : ବିଜେପି

Feb 21, 2019 - 19:04
 162
ଭୁବନେଶ୍ୱର, ୨୧/୨(ସକାଳଖବର): ନବ ନିର୍ମାଣ କୃଷକ ସଙ୍ଗଠନର ବନ୍ଦ ପାଳନକୁ ଏବଂ ଚାଷୀମାନଙ୍କ ଦାବିକୁ ନୈତିକ ସମର୍ଥନ ଦେଇଛି ବିଜେପି । ଚାଷୀମାନେ ନିଜର ଦାବି ଉପସ୍ଥାପନ କରିବା ପାଇଁ ବାରମ୍ବାର ରାଜଧାନୀକୁ ଆସୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ବେଆଇନ ଭାବେ ଗିରଫ କଲେ, ଖାଦ୍ୟ ଖାଉଥିବା ବେଳେ ଚାଷୀମାନଙ୍କୁ ମାଡ ମାରିଲେ । ଆନେ୍ଦାଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଆଜି ଚାଷୀମାନଙ୍କ ବନ୍ଦ ପାଳନ ସମ୍ପୃର୍ଣ୍ଣ ଶାନ୍ତି ପୁର୍ଣ୍ଣ ଥିବାବେଳେ ପୋଲିସ ଯେଭଳି ଅଗଣତାନ୍ତ୍ରିକ ଭାବେ ଚାଷୀମାନଙ୍କୁ ଗିରଫ କଲା ତାହା ଗଣତନ୍ତ୍ରର ହତ୍ୟା ସଦୃଶ୍ୟ । ରାଜ୍ୟସରକାର ଚାଷୀମାନଙ୍କୁ ଶସ୍ତା ବୋଲି ଭାବୁଛନ୍ତି । ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ଦୀର୍ଘ ୧୯ ବର୍ଷ ହେବ ଚାଷୀମାନଙ୍କୁ ଠକିଥିବା ସରକାର ଆଜି ଚାଷୀମାନଙ୍କୁ ଡରୁଛି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି । ବନ୍ଦ ପାଳନ କରୁଥିବା ଚାଷୀମାନଙ୍କ ସମର୍ଥନରେ ଏବଂ ରାଜ୍ୟ ସରକାର ଯେଉଁଭଳି ଅଗଣତାନ୍ତ୍ରିକ ଭାବେ ଚାଷିମାନଙ୍କୁ ଗିରଫ କଲେ ତାର ପ୍ରତିବାଦରେ ବିଜେପି ପକ୍ଷରୁ ଏକ ପ୍ରତିବାଦ ର୍ୟାଲି ମାଷ୍ଟର କ୍ୟାଂଟିନରେ ହୋଇଥିଲା । ଗଣତନ୍ତ୍ରରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ଅଛି । ର୍ଦୁଭାଗ୍ୟର ବିଷୟ ଯେ ଏକ ଚାଷୀ ସଙ୍ଗଠନ ଆନେ୍ଦାଳନ କରୁଛି । କିନ୍ତୁ ପୋଲିସ ପ୍ରଶାସନ ବାରମ୍ବାର ନାଲି ଆଖି ଦେଖାଇ ସେମାନଙ୍କୁ ମାଡ ମାରିବା ସହ ଗିରଫ କରୁଛି ଏବଂ ଭୁବନେଶ୍ୱରକୁ ଆସିବାକୁ ଦେଉନାହିଁ । ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଏକଛତ୍ରବାଦୀ ମାନସିକତାକୁ ବିଜେପି କୃଷକ ମୋର୍ଚ୍ଚା ବିରୋଧ କରିବା ସହ ରାଜରାସ୍ତାକୁ ବାହାରିଛି ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ କାହିଁକି ଓଡିଶାର ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଏବେ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି । ଫେବୃଆରୀ ୨୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ଏହି ତାଲିକାକୁ ପ୍ରଦାନ କରନ୍ତୁ । ପିଏମ୍ କିଷାନ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କୁ ୬ ହଜାର ଟଙ୍କା ମିଳିବା କଥା କିନ୍ତୁ ରାଜ୍ୟ ସରକାର ଏଥିରେ ବାଧକ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀମାନଙ୍କୁ ପ୍ରତାରଣା କରୁଛନ୍ତି । ସେଥିପାଇଁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ନବୀନବାବୁ ବିନା ବଜେଟରେ ୭ ଶହ କୋଟି ଟଙ୍କାର ଘୋଷଣା କରୁଛନ୍ତି । ପିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଟଙ୍କା ପାଇବାରୁ ବଚିଂତ କରୁଛନ୍ତି ରାଜ୍ୟସରକାର । ଏହି ଚାଷୀ ବିରୋଧୀ ସରକାରକୁ ଆଗାମୀ ଦିନରେ ଓଡିଶାର ଚାଷୀମାନେ ଉଚିତ୍ ଶିକ୍ଷା ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।