ଗୁରଙ୍ଗରେ ବିଶ୍ୱ ବନ୍ୟଜୀବନ ଦିବସ ପାଳନ

Mar 4, 2019 - 09:23
 193
ଅନୁଗୋଳ,୩/୩(ସକାଳଖବର): ଗୁରଙ୍ଗଠାରେ ବିଶ୍ୱ ବନ୍ୟଜୀବନ ପାଳନ କରାଯାଇଛି । ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଓ ଗୁରୁଙ୍ଗ ବନ ସୁରକ୍ଷା ସମିତିର ଉଦ୍ୟମରେ ଏହି ଅବସରରେ ଅନୁଷ୍ଠିତ ସଚେତନତା ବୈଠକରେ ବନ୍ୟପ୍ରାଣୀର ପ୍ରକାର ଭେଦ, ପରିବେଶ ପ୍ରତି ଅବଦାନ, ଜୀବଜଗତରେ ସେମାନଙ୍କ ଭୂମିକା, ବିଲୋପର ବିଭିନ୍ନ କାରଣ ଓ ବିପଦ ଏହାର ପ୍ରତିାକର ପାଇଁ ଆଇନ ସମେତ ସ୍ଥାନୀୟ ଜଳାଶୟ ଗୁଡ଼ିକରେ ଥିବା ପ୍ରାଣୀଙ୍କ ସୁରକ୍ଷା ସମ୍ବନ୍ଧରେ ଉପସ୍ଥିତ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟାମାନଙ୍କୁ ଅତିଥିମାନେ ଅବଗତ କରାଇଥିଲେ । ଜଙ୍ଗଲର ସୁରକ୍ଷା ଓ ଅଭିବୃଦ୍ଧି ହେଲେ ମଣିଷ ବନ୍ୟପ୍ରାଣୀ ବିବାଦ ଓ ମୃତାହତ ସଂଖ୍ୟା କ୍ରମଶଂ ହ୍ରାସ ହେବ ବୋଲି ସୂଚନା ଦେଇ ସାପ ଓ ସାପ କାମୁଡ଼ା ସ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଅନୁଷ୍ଠିତ ସଚେତନତା ବୈଠକରେ ବନ ସୁରକ୍ଷା ସମିତିର ସଭାନେତ୍ରୀ ସାଧବାଣ ନାଏକ ଅଧ୍ୟକ୍ଷତା କରିଥିବାବେଳେ ନିୟୁଜ ମୁଖ୍ୟ ପ୍ରସନ୍ନ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଆମ ଜଙ୍ଗଲ ଯୋଜନା ବିକାଶ ଅଧିକାରୀ ସୁବ୍ରତ କୁମାର ପ୍ରଧାନ, ସର୍ପମିତ୍ର ଆଦିତ୍ୟ ବେହେରା ଓ ଗୁରଙ୍ଗ ଗ୍ରାମ ସଭାପତି ମୋହନ ନାଏକ ଅତିଥିଭାବେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧରେ ବିଷଦଭାବେ ଆଲୋଚନା କରିଥିଲେ । ପାଇଖାନା ଓ ମଶାରୀ ବ୍ୟବହାର ଦ୍ୱାରା ବନ୍ୟପ୍ରାଣୀ, ଆକ୍ରମଣ ଓ ସର୍ପଦର୍ଶନ ରୋକାଯାଇ ପାରିବ ବୋଲି ଅତିଥିମାନେ ସଭ୍ୟସଭ୍ୟାମାନଙ୍କୁ ଜଣାଇବା ସହ ବ୍ୟବହାର କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ନିୟୁଜ ଅନୁଷ୍ଠାନର ପ୍ରିୟବ୍ରତ ବେହେରା, ଉପସଭାପତି ସନ୍ତୋଷ ନାଏକ, ଅନିମେଟର ଅରୁଣ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।