ଅଭିଜିତ୍ ଆୟାରଙ୍କୁ ମିଳିଲା ଜାମିନ୍

Dec 5, 2018 - 17:12
 167
ଅଭିଜିତ୍  ଆୟାରଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର,୫/୧୨(ସକାଳଖବର): ଅଭିଜିତ୍ ଆୟାର ମିତ୍ରଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ସହୀଦ ନଗର ଏବଂ କୋଣାର୍କ ଥାନାରେ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ବୁଧବାର ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଜାମିନ୍ ପ୍ରଦାନ ବେଳେ ନିମ୍ନ କୋର୍ଟ ସର୍ତ ରଖିପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୧୬ ତାରିଖ ଦିନ ଅଭିଜିତଙ୍କୁ ଓଡ଼ିଶା ବିଧାନସଭା କ୍ଷମା ପ୍ରଦାନ କରିଥିଲା । ପରେ କୋଣାର୍କ ଓ ସହିଦ ନଗର ଥାନାରେ ହୋଇଥିବା ମାମଲାରେ ଗିରଫ ହୋଇ ଅଭିଜିତ ଦୀର୍ଘ ୪୦ଦିନରୁ ଅଧିକ ଦିନ ଜେଲରେ ରହିବା ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ଓ କ୍ଷମାପ୍ରାର୍ଥନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଉପରେ ଲାଗିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଥିଲେ । ଅଭିଜିତଙ୍କ ବିରୋଧରେ ଅ ।ଉ କେଣସି ଅ ।ଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ଏହାସହ ଶୁଣାଣି ହୋଇନଥିବା ଅନ୍ୟ ସମସ୍ତ ମାମଲାକୁ ପ୍ରତ୍ୟାହାର କରିନିଅ।ଯିବ ବୋଲି ମଙ୍ଗଳବାର ଦିନ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।