ଉଲିବୁର ଖଣି ମହାଦୁର୍ନିତୀ ମାମଲା : କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା

Aug 13, 2018 - 17:37
 146
ଉଲିବୁର ଖଣି ମହାଦୁର୍ନିତୀ ମାମଲା :  କୋର୍ଟରେ ହାଜର ହେଲେ  ଦୀପକ ଗୁପ୍ତା
ଭୁବନେଶ୍ୱର,୧୩/୮ (ସକାଳଖବର): ବହୁ ଚର୍ଚ୍ଚିତ ୧୮ ଶହ କୋଟି ଟଙ୍କାରୁ ଉର୍ଦ୍ଧ ଉଲିବୁରୁ ଖଣି ମହା ଦୂର୍ନିତୀର ତଦନ୍ତ କରୁଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ବେଳେ ଏହି ମହା ଦୂର୍ନିତୀର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ କୁହାଯାଉଥିବା ଦୀପକ ଗୁପ୍ତା ଙ୍କୁ ସୋମବାର ଦିନ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟ ସମସ୍ତ ଅଭିଯୁକ୍ତ ଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର ହେବାକୁ ନିଦେ୍ର୍ଧଶ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ହାଜର ହୋଇଥିଲେ । ଅନ୍ୟପକ୍ଷରେ କୋର୍ଟ ରେ ହାଜର ହୋଇଥିବା ଏକ ମାତ୍ର ସାକ୍ଷୀକୁ ମଧ୍ୟ ସୋମବାର ଜେରା କରାଯାଇଥିଲା ।