ଓଡିଶାରେ ପୁଂଜି ନିବେଶ କରିବ ଫ୍ରାନ୍ସ

Sep 15, 2018 - 18:51
 166
ଓଡିଶାରେ ପୁଂଜି ନିବେଶ କରିବ ଫ୍ରାନ୍ସ
ଭୁବନେଶ୍ୱର,୧୫/୯ (ସକାଳଖବର): ଓଡିଶାରେ ପୁଂଜି ନିବେଶ କରିବ ଫ୍ରାନ୍ସ । ଶନିବାର ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲର୍ ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କରିଥିବା ସାକ୍ଷାତ ଆଲୋଚନାରୁ ଏହା ଜଣାଯାଇଛି । ବିଶେଷ କରି ହୋଟେଲ , ଇସ୍ପାତ, ବୈଦ୍ୟୁତିକ ଉପକରଣ , ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଂଜିନିବେଶ କରିବାପାଇଁ ଫ୍ରାନ୍ସର ବିିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଫରାସୀ କମ୍ପାନୀମାନେ ଓଡିଶାରେ ପୁଂଜିନିବେଶ ପାଇଁ ଏବଂ ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱରରେ ହେଉଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ଭାଗ ନେବାକୁ ମଧ୍ୟ ଅନୁରୋଧ କରିଥିଲେ । ଫ୍ରାନ୍ସର ରାଷ୍ଟ୍ରଦୂତ ଓ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ବର୍ତମାନ ପୁଂଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଓଡିଶାରେ ପୁଂଜିନିବେଶ ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ , ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇପାରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏକ ଖଣି ସମୃଦ୍ଧ ରାଜ୍ୟ । ଦେଶର ମୋଟ ଆଲୁମିନିୟମ୍ ଉପôାଦନର ୫୪ ପ୍ରତିଶତ ଉପôାଦନ କରି ଓଡିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବେ ପରିଗଣିତ ହୋଇଛି । ସେହିପରି ଦେଶର ଇସ୍ପାତ ଉପôାଦନର ୨୫ ପ୍ରତିଶତ ମଧ୍ୟ ଓଡିଶାରେ ଉପôାଦିତ ହେଉଛି । ଓଡିଶା ବର୍ତମାନ ଦେଶର ଏକ ଷ୍ଟିଲ୍ ହବ୍ ଭାବରେ ସୁନାମ କରିପାରିଛି । ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁସଂଗିକ ଶିଳ୍ପର ବିକାଶ ପାଇଁ ଭିଜନ୍ -୨୦୧୩୦ କରାଯାଇଛି ।ସେହିପରି ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ମଧ୍ୟ ଖୁବ୍ ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଛି । ଏୟାରକ୍ରାଫ୍ଟ , ବୈଦ୍ୟୁତିକ ଉପକରଣ , ମେଡିକାଲ ଯାନ୍ତ୍ରିକ ଉପକରଣ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଂଜିନିବେଶ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ସହିତ ଆସିଥିବା ଇଣ୍ଡୋ-ପ୍ରେଂଚ ଚାମ୍ବର ଅଫ୍ କମର୍ସର ସଦସ୍ୟଗଣ ଓଡିଶାରେ ପୁଂଜିନିବେଶ ପାଇଁ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ପ୍ରକାଶ କରି ଆଗାମୀ ଦିନରେ ଫ୍ରାନ୍ସ ଓ ଓଡିଶା ମଧ୍ୟରେ ଅଧିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି କହିଥିଲେ । ଏହି ବୈଠକରେ ଶିଳ୍ପମନ୍ତ୍ରୀ ଶ୍ରୀ ଅନନ୍ତ ଦାସ , ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନ୍ , ଶିଳ୍ପ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।