ଦାମ- ବିଷ୍ଣୁ ବାଦିପାଲା

Sep 15, 2018 - 18:49
 168
ଦାମ- ବିଷ୍ଣୁ ବାଦିପାଲା
ଭୁବନେଶ୍ୱର,୧୫/୯ (ସକାଳଖବର): ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ଓ ତାଙ୍କର ଚିରାଚରିତ ରାଜନୈତିକ ପ୍ରତିଦ୍ୱନ୍ଦୀ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା କଳି ବର୍ତମାନ ଚରମ ସୀମାରେ ପହଂଚିଛି । ଏପରିକି ପରସ୍ପରର ବ୍ୟକ୍ତିଗତ ଗୋଇ ଖୋଳାଖୋଳି ଆରମ୍ଭ କରିଦେଇଛନ୍ତି । ବିଷ୍ଣୁ ଦାସ, ଦାମ ବାବୁଙ୍କୁ ଦୁଷ୍କର୍ମକାରୀ ଓ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ବେଳେ ଦାମ ବାବୁ ତାଙ୍କ ପ୍ରତିକ୍ରିୟା ବିଷ୍ଣୁଜଣେ ଦୁରାଚାରୀ ଓ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ଦାମ ବାବୁ ସବୁବେଳେ ବିଜୁ ବାବୁ୍ଙ୍କ ଆଦର୍ଶ କଥା କୁହନ୍ତି । ମାତ୍ର ବାସ୍ତବରେ ସେ ଓଲଟା କାମ କରିଥାନ୍ତି । ବିଜୁ ବାବୁ ମହିଳାମାନଙ୍କୁ ସମ୍ମାନ ଦେଉଥିବା ବେଳେ ଦାମ ମହିଳାମାନଙ୍କୁ ମଂଚରେ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କୁତ୍ରା ଘଟଣା ହେଉଛି ତାର ଚାକ୍ଷୁଶ ପ୍ରମାଣ । ସେଥିପାଇଁ ବିଜୁବାବୁ ତାଙ୍କ ପଶ୍ରୟ ଦେଉନଥିଲେ । ଚାକିରୀ କରିଥିବା ସମୟରେ ତାଙ୍କ ବିରୁଦ୍ଧରେ ସିମେନ୍ ଦୁର୍ନୀତିର ମାମଲା ରହିଛି । ସେ ସଂକ୍ରାନ୍ତୀୟ ଫାଇଲ୍ କୁ ପୁଣି ଖୋଲାଯିବ । ଦାମ ବାବୁ ହେଉଛନ୍ତି ଦୁର୍ନୀତିର ଗନ୍ତାଘର । ତାଙ୍କ ବିଷୟରେ ସମସ୍ତେ ଜାଣନ୍ତି । ଅପରପକ୍ଷରେ ବିଷ୍ଣୁଙ୍କୁ ଟାର୍ଗେଟ୍ କରି ଡା. ରାଉତ କହିଛନ୍ତି ଯେ ସେବିଷ୍ଣୁ ଦାସଙ୍କ ଭଳି ଛୋଟ କଥା କହିପାରିବେ ନାହିଁ । ଦଳରୁ ବହିଷ୍କୃତ ହେବା ପରେ ଭବିଷ୍ୟତରେ ନୂଆ ଦଳ ଗଢିବା ସମ୍ପର୍କରେ ସେ କହିଥିଲେ ଯେ ନିଜେ ଦଳ ଗଠନ କରିବାର କୌଣସି ଯୋଜନା ନାହିଁ । ସେଥିପାଇଁ ତାଙ୍କର ମଧ୍ୟ ସାଧନା ନାହିଁ । ଯଦି ବିଜୁ ପ୍ରେମୀ ବା ଅସନ୍ତୁଷ୍ଟ ମାନେ କୌଣସି ଦଳ ବା ମଂଚ କରନ୍ତି ସେ ତାଙ୍କ ସହ ରହିବେ । କଂଗ୍ରେସ ବା ବିଜେପିକୁ ଯିବେ ନାହିଁ ବୋଲି ଆଗରୁ କହିଥିଲେ । ଏବେ ମଧ୍ୟ ତାହା ଦୋହରାଉଛନ୍ତି ।