ଓଡ଼ିଶା ଆମ୍ବ ଦିଲ୍ଲୀକୁ ନେବ ସଫଲ

May 30, 2018 - 14:01
 197
ଓଡ଼ିଶା ଆମ୍ବ ଦିଲ୍ଲୀକୁ ନେବ ସଫଲ
ଭୁବନେଶ୍ୱର: ୩୦/୫(ସକାଳଖବର): କୃଷକଙ୍କୁ ଉପଯୁକ୍ତ ବଜାର ସୁବିଧା ଯୋଗାଣ ଉଦେ୍ଧଶ୍ୟରେ ମଦର ଡ଼ାଏରୀ ଫ୍ରୁଟ ଏଣ୍ଡ ଭେଜିଟେବଲ ପ୍ରାଇଭେଟ ଲିମିଟେଡ଼ର ଅଗ୍ରଣୀ ଏଫଏଣ୍ଡ ଭି ବ୍ରାଣ୍ଡ ସଫଲ ଓଡ଼ିଶାରୁ ଲୋକପ୍ରିୟ କିସମ ଆମ୍ବ ସଂଗ୍ରହ ପରିମାଣ ଦ୍ୱିଗୁଣ କରିଛି । ଏହା ଦିଲ୍ଲୀ ବଜାରକୁ ଯୋଗାଣ କରାଯିବ । ଏହାଦ୍ୱାରା ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ଚାଷୀ ଉପକୃତ ହେବା ସହ ସେମାନଙ୍କ ଆୟ ବୃଦ୍ଧି ହୋଇପାରିବ । ଓଡ଼ିଶାର ମୟୂରଭଞ୍ଜ, ଢେ଼ାଙ୍କାନାଳ, ନୟାଗଡ଼, କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରୁ ସଫଲ ଏବେ ଲାଙ୍ଗଡ଼ା, ଆମ୍ରପାଲୀ, ଦଶେରୀ ଓ ମଲ୍ଲିକା କିସମ ଆମ୍ବ ସଂଗ୍ରହ କରୁଛି । ଗତବର୍ଷ ଦିଲ୍ଲୀ ବଜାର ପାଇଁ ସଫଲ ୩୩ ଲକ୍ଷ ଟଙ୍କା ମୂଲ୍ୟର ୭୫ ମେଟ୍ରିକ ଟନ୍ ଆମ୍ବ ସଂଗ୍ରହ କରିଥିଲା । ଏବର୍ଷ ୧୫୦ ମେଟ୍ରିକ ଟନ୍ ଆମ୍ବ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।