ଜିସିପିଏଲର ଆର୍ଥିକ ଫଳାଫଳ ଘୋଷଣା

May 10, 2018 - 15:04
 143
ଜିସିପିଏଲର ଆର୍ଥିକ ଫଳାଫଳ ଘୋଷଣା
ମୁମ୍ବାଇ,୯ା୫: ଅଗ୍ରଣୀ ଏଫଏମସିଜି କଂପାନୀ ଗୋଦରେଜ କଂଜ୍ୟୁମର ପ୍ରଡ଼କ୍ଟ ଲିମିଟେଡ଼ (ଜିସିପିଏଲ)ଗତ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ୪ର୍ଥ ତ୍ରୟମାସର ଫଳାଫଳ ଘୋଷଣା କରିଛି ା ୨୦୧୮ ୪ର୍ଥ ତ୍ରୟମାସରେ କଂପାନୀର ବ୍ୟବସାୟରେ ୬% ଅଭବୃଦ୍ଧି ଘଟିଛି ା ଘରୋଇ ବ୍ୟବସାୟରେ ବିକ୍ରି ଅଭିବୃଦ୍ଧି ୭% ହୋଇଥିବାବେଳେ ପରିମାଣ କ୍ଷେତ୍ରରେ ୬% ଅଭିବୃଦ୍ଧି ଘଟିଛି ା ସେହିପରି ଆନ୍ତର୍ଜାତିକ ବ୍ୟବସାୟରେ ବିକ୍ରି ଅଭିବୃଦ୍ଧି ୬% ହୋଇଛି ା ଏହି ତ୍ରୟମାସରେ ସଂଗଠିତ ଏବିଟଡ଼ା ୧୪% ବୃଦ୍ଧି ପାଇଛି ା ସଂଗଠିତ ନେଟ୍ ଲାଭ ଓ ଇପିଏସ୍ ୧୨% ବୃଦ୍ଧି ପାଇଛି ା ଏଥିପାଇଁ କଂପାନୀର ନିଦେ୍ର୍ଧଶନାମଣ୍ଡଳୀ ଅଂଶୀଦାରଙ୍କ ପାଇଁ ୭୦୦% ଲାଭାଂଶ ଘୋଷଣା କରିଛି ା କଂପାନୀର ଏହି ଆର୍ଥିକ ଫଳାଫଳ ଉପରେ ଜିସିପିଏଲ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ନିସାବ ଗୋଦରେଜ କହିଛନ୍ତି ଯେ, ଏକ କଷ୍ଟକର ବଜାର ପରିବେଶ ସତ୍ତ୍ୱେ ଆମର ଯୋଜନା ଓ ରଣନୀତି ଯୋଗୁଁ ୨୦୧୮ ଆର୍ଥିକ ବର୍ଷରେ ଆମେ ଲାଭଜନକ ଅଭିବୃଦ୍ଧି କରିପାରିଛୁ ା ଏହି ସମୟରେ ବିକ୍ରି ୯% ବୃଦ୍ଧି ପାଇଥିବାବେଳେ ଏବିଟଡ଼ା ୧୨% ବୃଦ୍ଧି ପାଇଛି ା ଆଗାମୀ ଦିନରେ ଅଭିବୃଦ୍ଧି ପାଇଁ କଂପାନୀ ଆବଶ୍ୟକ ପୁଞ୍ଜିନିବେଶ କରିବ ବୋଲି ସେ କହିଛନ୍ତି ା ୨୦୧୯ ଆର୍ଥିକ ବର୍ଷରେ କଂପାନୀ କେତେକ ନୂତନ ଉପôାଦ ବଜାରକୁ ଛାଡ଼ିବା ପାଇଁ ଯୋଜନା କରିଛି ା