ଟାଟା ଷ୍ଟିଲ ପାଇଲା ଡ଼ୁନ ବ୍ରାଡ଼ଫେଷ୍ଟ - ୨୦୧୮ ପୁରସ୍କାର

May 30, 2018 - 07:50
 205
ମୁମ୍ବାଇ,୩୦ା୫: କ୍ରମାଗତ ୪ର୍ଥ ଥର ପାଇଁ ଟାଟା ଷ୍ଟିଲ ‘ ଲୌହ ଓ ଇସ୍ପାତ’ ଶ୍ରେଣୀରେ ସମ୍ମାନଜନକ ଡ଼ୁନ ବ୍ରାଡ଼ଫେଷ୍ଟ-୨୦୧୮ ପୁରସ୍କାର ଲାଭ କରିଛି । ଟାଟା ଷ୍ଟିଲ ପକ୍ଷରୁ ଗ୍ରୁପ ସାଧାରଣ ପରିଚାଳକ ଦିପାଲୀ ତଲୱାର ଏହି ପୁରସ୍କାର ଗ୍ରହଣ କରିଥିଲେ । ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶିବ ପ୍ରସାବ ଶୁକ୍ଳା ଏହି ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ବିଭିନ୍ନ କଂପାନୀର ସିଇଓ, ଖ୍ୟାତନାମା କର୍ପୋରେଟ ନେତୃବୃନ୍ଦ ଓ ପେଶାଦା ଉପସ୍ଥିତ ଥିଲେ । କର୍ପେର୍ାରେଟ କ୍ଷେତ୍ରରେ ଉକ୍ରର୍ଷତା ପାଇଁ ୨୦୦୬ ମସିହାରୂ ଡ଼ୁନ ବ୍ରାଡ଼ଫେଷ୍ଟ ପୁରସ୍କାର ପ୍ରଚଳନ କରାଯାଉଛି । ଦେଶରେ ଏକ ପରିବର୍ତ୍ତନର ଧାରା ସୃଷ୍ଟି କରି ଉକ୍ରର୍ଷ ପ୍ରତିପାଦିତ କରିଥିବା କର୍ପୋରେଟ କ୍ଷେତ୍ରକୁ ସ୍ୱୀକୃତି ପ୍ରଦାନ କରିବା ଉଦେ୍ଧଶ୍ୟରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି । ଏହି ପୁରସ୍କାର ବିତରଣ ଅବସରରେ ଡ଼ୁନ ବ୍ରାଡ଼ଫେଷ୍ଟର ପରିଚାଳନା ନିଦେ୍ର୍ଧଶକ ମନିଷା ସିହ୍ନା କହିଥିଲେ ଯେ, ସରକାରଙ୍କ ସଂସ୍କାର ଓ ପୁଞ୍ଜିନିବେଶକାରୀଙ୍କ ଆସ୍ଥା ଯୋଗୁଁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ବ୍ୟବସାୟ ତ୍ୱରାନ୍ୱିତ ହୋଇଛି । ଘରୋଇ ଉପଯୋଗ ବୃଦ୍ଧି ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ଟାଟା ଷ୍ଟିଲକୁ ସ୍ୱାଗତ ଜଣାଇଥିଲେ ।