ବିଜୁଙ୍କୁ ଭୁଲିଲେ ପ୍ରଧାନମନ୍ତ୍ରୀ, ୫ ଦିନରେ ୨ ଥର

May 30, 2018 - 19:37
 293
ବିଜୁଙ୍କୁ ଭୁଲିଲେ ପ୍ରଧାନମନ୍ତ୍ରୀ, ୫ ଦିନରେ ୨ ଥର
ଭୁବନେଶ୍ୱର: ୩୦/୫:(ସକାଳଖବର): ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ‘ଟଲ୍ ମ୍ୟାନ’ ଉନ୍ମୋଚନ ଉତ୍ସବକୁ ବରିଷ୍ଠ ବିଜେପି ନେତା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ.ଆଡ଼ଭାନୀ ଆସି ବିଜୁଙ୍କ ଗୁଣଗାନ କଲେ । କିନ୍ତୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜନୀତିଜ୍ଞ ବିଜୁ ପଟ୍ଟନାୟକଙ୍କୁ ଗତ ୨୬ ତାରିଖରେ କଟକ ବାଲିଯାତ୍ରା ପଡ଼ିଆ ସଭା ଓ ବର୍ତ୍ତମାନର ଇଣ୍ଡୋନେସିଆରେ ଭୁଲିଯାଇଛନ୍ତି ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଏବେ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି । ସେଠାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଭାରତର ଜନରାଜ୍ୟ ଦିବସରେ ପ୍ରଦର୍ଶୀତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ବାଲିିଯାତ୍ରା’ ଭାରତ- ଇଣ୍ଡୋନେସିଆ ମଧ୍ୟରେ ଥିବା ଅତୀତର ସଂପର୍କ ବିଷୟରେ ବଖାଣିଥିଲେ । କିନ୍ତୁ ଇଣ୍ଡୋନେସିଆ ଶାସକଙ୍କୁ ଉଦ୍ଧାର କରି ଯେଉଁ ବିଜୁ ପଟ୍ଟନାୟକ ସେ ମାଟିର ‘ଭୂମିପୁତ୍ର’ ଉପାଧି ଲାଭ କରିଛନ୍ତି ତାଙ୍କ ନାମ ଉଚ୍ଚାରଣ କରିବାକୁ ମୋଦୀ ଭୁଲି ଯାଇଥିଲେ । ଯେଉଁ ବାଲିଯାତ୍ରା ପ୍ରଜ୍ଞାପନ ମେଢ଼ ଓଡ଼ିଶାର ସେହି ମାଟିର ସନ୍ତାନ ବିଜୁ ବୋଲି ମୋଦୀଙ୍ଙ୍କର ମନେ ପଡ଼ିଲା ନାହିିଁ। ଏହା ପୂର୍ବରୁ କଟକ ବାଲିଯାତ୍ରା ପଡ଼ିଆରେ ଉଦ୍ବୋଧନ ଆରମ୍ଭରୁ ଓଡ଼ିଶାର ଏକାଧିକ ବରପୁତ୍ରଙ୍କ ନାମ ପ୍ରଧାନମନ୍ତ୍ରୀ ଉଚ୍ଚାରଣ କରିଥିବାବେଳେ ବିଜୁ ବାବୁଙ୍କ ନାମ ଉଚ୍ଚାରଣ କରିନଥିଲେ ।