ଏସ୍ସିବି: ଠିକାସଂସ୍ଥାର କାର୍ଯ୍ୟଶୈଳୀ ଯାଞ୍ଚ ହେବ
କଟକ,୨୧ା୫/(ସକାଳଖବର): ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ରେ କାର୍ଯ୍ୟରତ ସୁରକ୍ଷା କର୍ମୀ, ଆଟେଣ୍ଡାଣ୍ଟ, ସଫେଇ, ବ୍ୟାଟେରୀ ଆମ୍ବୁଲାନ୍ସ ଓ କ୍ୟାଣ୍ଟିନ ଆଦି ଦାୟିତ୍ୱରେ ଥିବା ଠିକାସଂସ୍ଥାର କାର୍ଯ୍ୟଶୈଳୀର ଯା କରାଯିବ ବୋଲି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି । ଉକ୍ତ ସଂସ୍ଥାର କର୍ମଚାରୀମାନେ ଠିକଭାବେ ଡୁ୍ୟଟି କରୁଛନ୍ତି କି ନାହିଁ, ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଉଛି କି ନାହିଁ ତାହାର ଯାଞ୍ଚ କରାଯିବ । ଏନେଇ ଅଚାନକ ଯା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ଏଠାରେ ସୂଚନା ଥାଉକି, ବଡ ମେଡିକାଲର ବିଭିନ୍ନ ବିଭାଗରେ ଏକ ଠିକାସଂସ୍ଥା ମାଧ୍ୟମରେ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ଏଥିନିମନ୍ତେ ବାର୍ଷିକ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ୱାର୍ଡରୁ ଏସି ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ନଜରକୁ ଆସିଛି । ପୁନଶ୍ଚ ରୋଗୀଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବାକୁ ଗତବର୍ଷ ଏକ ଠିକାସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ କିଛିଦିନତଳେ ଖାଦ୍ୟ ନିରାପତ୍ତା ବିଭାଗଦ୍ୱାରା ଚଢଉ କରାଯାଇ ଖାଦ୍ୟର ନମୂନା ପରୀକ୍ଷା କରାଯାଇଥିଲା । ସେତେବେଳେ ଖାଦ୍ୟ ନିମ୍ନମାନର ବୋଲି ଜଣାପଡିଥିଲା । ତଥାପି ଉକ୍ତ ସଂସ୍ଥାକୁ ବିନା ଟେଣ୍ଡରରେ ପୁନର୍ବାର ଦାୟିତ୍ୱ ଦିଆଯାଇଥିଲା । ଅସହାୟ ରୋଗୀଙ୍କ ନିମନ୍ତେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ନିୟୋଜିତ କରାଯାଇଛି । କିନ୍ତୁ ବିଭିନ୍ନ ସମୟରେ ୱାର୍ଡରେ ଅପରିଚିତ ରୋଗୀ ପଡିରହିଥିବାବେଳେ ତାଙ୍କ ନିକଟରେ ଆଟେଣ୍ଡାଣ୍ଟଙ୍କ ଦେଖାମିଳୁନଥିବା ନଜରକୁ ଆସିଛି । ସେହିପରି ବଡ ମେଡିକାଲର ବିଭିନ୍ନ ସ୍ଥାନରେ ଗଦାଗଦା ଅଳିଆ ଦେଖିବାକୁ ମିଳୁଛି । ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ତେଣୁ ଦିନକୁ ୨ଥର ଅଳିଆ ସଫା କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି ।