ଆର୍ଦ୍ରଭୂମୀ ସୁରକ୍ଷା ମାମଲାର ପରବର୍ତ୍ତୀ ଶୁଣାଣି ୨୪ରେ

Jul 16, 2018 - 14:47
 157
କଟକ, ୧୬ା୭(ସକାଳଖବର): ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ପ୍ରସଙ୍ଗରେ ସୋମବାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବରଦଖଲ ଉଚ୍ଛେଦ ପରେ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହି, ସେ ସଂକ୍ରାନ୍ତ ଜଣାଇବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିବାବେଳେ ଏହି ମାମଲାରେ ଆସନ୍ତା ୨୪ତାରିଖରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।