ଏସ୍ସିବି ମୁତ୍ରାଶୟ ବିଭାଗ ମୁଖ୍ୟଙ୍କୁ ହଟାଯାଉ: ହାଇକୋର୍ଟ

May 23, 2018 - 15:12
 187
ଏସ୍ସିବି ମୁତ୍ରାଶୟ ବିଭାଗ ମୁଖ୍ୟଙ୍କୁ ହଟାଯାଉ: ହାଇକୋର୍ଟ
କଟକ,୨୩ା୫(ସକାଳଖବର): ଏସ୍ସିବି ମେଡିକାଲ କଲେଜ ଓ ଚିକିତ୍ସାଳୟ ମୁତ୍ରାଶୟ ବିଭାଗରେ ନିଦେ୍ର୍ଧଶନାମାର ୧୦ଦିନ ମଧ୍ୟରେ ନୂତନ ଭାବେ ବିଭାଗୀୟ ମୁଖ୍ୟଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ୱାସ୍ଥ୍ୟ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀ ଅମୀୟ ଶଙ୍କର ପଲ ଓ ଅନ୍ୟ ୧୧ଜଣ ଜୁନିୟର ଡାକ୍ତରଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରି ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ହଟାଇ ଅନ୍ୟ ଜଣେ ବିଭାଗୀୟ ମୁଖ୍ୟଙ୍କୁ ନିଯୁକ୍ତି ଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ଯେପରି ପ୍ରଫେସର ହୋତାଙ୍କ କୌଣସି ପ୍ରକାର ସଂପୃକ୍ତି ନ ରହିବ; ସେ ନେଇ ଜଣାଇବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏସ୍ସିବି ୟୁରୋଲେଜି ବିଭାଗୀୟ ମୁଖ୍ୟଙ୍କ ଅଧିନରେ ଶିକ୍ଷା ଲାଭ କରୁଥିବା ଜୁନିୟର ଡାକ୍ତରଙ୍କୁ ହଇରାଣ କରାଯାଉଛି । ବିଭାଗୀୟ ମୁଖ୍ୟଙ୍କ କଥା ନ ମାନିଲେ ସେମାନଙ୍କୁ ପରୀକ୍ଷାରେ ଫେଲ୍ କରି ଦିଆଯିବ ବୋଲି ଧମକ ଦିଆଯାଉଛି । ଏପରି ପରିସ୍ଥିତିରେ ଆଗକୁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭାଗୀୟ ମୁଖ୍ୟ ଏହି ପ୍ରକ୍ରିୟାରେ ଯଦି ସଂପୃକ୍ତ ରହନ୍ତି; ତେବେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଥି ସହିତ ଆବେଦନକାରୀଙ୍କ ପକ୍ଷରୁ ଏ ସଂପର୍କିତ ତଦନ୍ତ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପିତ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରଫେସର ହୋତାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେ ନିଜ ଆଡୁ ପରୀକ୍ଷା ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି । ଏଥି ସହିତ ୟୁରୋଲୋଜି ବିଭାଗର ମୁଖ୍ୟ ଭାବେ ଆଉ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ନୁହଁନ୍ତି ବୋଲି ପ୍ରଫେସର ହୋତାଙ୍କ ପକ୍ଷରୁ ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ମାମଲାର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ନିଦେ୍ର୍ଧଶ ଦେବା ସହ ରାଜ୍ୟ ସରକାର, ଏସସିବି ମେଡିକାଲ କଲେଜ ଅଧ୍ୟକ୍ଷ, ମୁତ୍ରାଶୟ ବିଭାଗ ମୁଖ୍ୟ ପ୍ରଫେସର ହୋତା ଓ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଜବାବ ଦାଖଲ ପରେ ଆବେଦନକାରୀ ଏକ ସପ୍ତାହ ମଧ୍ୟରେ ପ୍ରତି ଜବାବ ଦାଖଲ କରିବେ ବୋଲି ଆଦେଶନାମାରେ ସ୍ପଷ୍ଟ କରାଯାଇଛି । ଉକ୍ତ ମାମଲାରେ ପାଞ୍ଚ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।କରାଯିବ ।