ଜେଜେବିରେ ଆଇନ ସହାୟତା କେନ୍ଦ୍ର ଉଦଘାଟିତ

Sep 1, 2018 - 14:52
 186
ଜେଜେବିରେ ଆଇନ ସହାୟତା କେନ୍ଦ୍ର ଉଦଘାଟିତ
କଟକ,୧ା୯(ସକାଳଖବର): କଟକ ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜୁଭେନାଇଲ ଜଷ୍ଟିସ ବୋର୍ଡଠାରେ ଏକ ଆଇନ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି । ଜିଲା ଓ ଦୌରାଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଯୋଗଦେଇ ଏହି ସହାୟତା କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସିଭିଲ କୋର୍ଟ୍ସ ରେଜିଷ୍ଟ୍ରାର ବିଭୁ ପ୍ରସାଦ ପଣ୍ଡା, ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଗାର୍ଗୀ ପଟ୍ଟନାୟକ, ଜେଜେବି ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଶ୍ରୀମତୀ ସୁନନ୍ଦା ସାହୁ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିବାବେଳେ ଜିଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ପାନେଲ ଆଇନଜୀବୀ, ପାରା ଲିଗାଲ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।