କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା

Jul 19, 2018 - 14:19
 202
କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା
କଟକ,୧୯ା୭(ସକାଳଖବର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରିଥିବାବେଳେ ଦୁଇ ଆବେଦନକାରୀଙ୍କ ପକ୍ଷରୁ ଗୁରୁବାର ପ୍ରତି ଜବାବ ଦାଖଲ ହୋଇଛି । ସେହିପରି ଶୁଣାଣି ସମୟରେ କେନ୍ଦ୍ର ସରକାର ଜବାବ ଦାଖଲ ପାଇଁ ମହଲତ ଲୋଡିଥିଲେ । ତେବେ ଏହି ମାମଲାରେ ଆସନ୍ତା ୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।