ଆରମ୍ଭ ହେଲା ବିଏସଏନଏଲର ୪ଜି ସେବା

Oct 11, 2021 - 04:22
 77
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ୍ ଆଜି ତା’ର 4G ନେଟୱର୍କର ପରୀକ୍ଷଣ କରିଛି। ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର 4G ନେଟୱର୍କରେ ପ୍ରଥମ କଲ୍ କରିଛନ୍ତି। ବୈଷ୍ଣବ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଏସଏନଏଲର ଭାରତୀୟ 4G ନେଟୱର୍କରେ ପ୍ରଥମ ଫୋନ୍ କଲ କରିଛି। ପିଏମ୍ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଭିଜନର ସଫଳ ରୂପାନ୍ତର ହୋଇଛି। ବିଏସଏନଏଲ୍ ସହ ମିଶି ଟିସିଏସ୍ ସ୍ୱଦେଶୀ ଭାବେ ବିକଶିତ ହୋଇଥିବା ଇନଫ୍ରା ଓ ରେଡିଓ ଉପକରଣ ସହ 4G ନେଟୱର୍କର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି। ଏହି 4G ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ 4G ରେଡିଓ ଉପକରଣ ଲଗାଇଛି।